ବାରିପଦା: ବାରିପଦା ଟାଉନ୍ ଥାନା ପୁଲିସ୍ ପକ୍ଷରୁ ଆଜି ସ୍ଥାନୀୟ ଦେବେନ୍ଦ୍ରପୁରଠାରେ ଚଢ଼ଉ କରାଯାଇ ୨୧ହଜାର ଟଙ୍କା ସହିତ ୫ଜଣ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ଏଥିସହିତ ଜୁଆରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏହି ଚଢ଼ଉ କରାଯାଇଥିଲା। ଜୁଆ ଆଡ୍ଡା ଉପରେ ଏପରି ଚଢ଼ଉକୁ ସାଧାରଣରେ ପ୍ରଶଂସା କରାଯାଇଛି। ପୁଲିସ୍ ଏପରି ଚଢ଼ଉ ନିୟମିତ କରିବାକୁ ସାଧାରଣରେ ଦାବି ହୋଇଛି।
ଜୁଆ ଆଡ୍ଡା ଉପରେ ଚଢ଼ଉ; ୨୧ହଜାର ଟଙ୍କା ଜବତ, ୫ ଗିରଫ
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)