ହାତୀ ଫସଲ ନଷ୍ଟ କରିବାରୁ ୮ ଜଣ ବନ କର୍ମଚାରୀଙ୍କୁ ବାନ୍ଧିଲେ ଗ୍ରାମବାସୀ

କରଞ୍ଜିଆ: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ‌ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ହାତୀ ଫସଲ ନଷ୍ଟ କରିବାରୁ ଅଟକ ରହିଛନ୍ତି ୭ ବନ କର୍ମଚାରୀ।

ଜାଣିବାକୁ ମିଳିଛି ଯେ କରଞ୍ଜିଆ ଦୁଧିଆଣି ରେଞ୍ଜ ପୁରୁଣାଦେଓ ଗାଁରେ ହାତୀ ଆତଙ୍କ ଦେଖିବାକୁ ମିଳିଥିଲା। ହାତୀମାନେ ଗାଁରେ ଫସି ଫସଲ ନଷ୍ଟ କରିଥିଲେ। ଏହାକୁ ନେଇ କ୍ରୋଧିତ ହୋଇଥିଲେ ଗ୍ରାମବାସୀ। ଶେଷରେ ସେମାନେ ହାତୀ ଉପଦ୍ରବରୁ ମୁକୁଳିବାର ସମାଧାନର ବାଟ ନକାଢୁଥିବ‌ାରୁ ବନ କର୍ମଚାରୀଙ୍କୁ ଅଟକ ରଖିବାର ନିଷ୍ପତ୍ତି ନେଇଥିଲେ

ଶେଷରେ ଗତକାଲି ବିଳମ୍ବିତ ରାତିରୁ ୮ ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଫରେଷ୍ଟରକୁ ବଦଳି ଦାବିରେ ଗାଁଲୋକେ ବନ କର୍ମଚାରୀଙ୍କୁ ଅଟକ ରଖିଥିବା ଜଣାପଡ଼ିଛି । ହାତୀ ପଲଙ୍କ ଉପଦ୍ରବରେ ଅତିଷ୍ଠ ହୋଇପଡ଼ିଲେଣି କରଞ୍ଜିଆ ଦୁଧିଆଣି ରେଞ୍ଜ ପୁରୁଣାଦେଓ ଗାଁର ଲୋକେ ।

ଫଳରେ ରାତିର ଆସିଥିବା ବନକର୍ମଚାରୀଙ୍କୁ ଅଟକ ରଖିଛନ୍ତି । ଯାହାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଅଟକ କର୍ମଚାରୀଙ୍କୁ ମୁକୁଳାଇବା ପାଇଁ ପଦକ୍ଷେପ ନିଆଯାଉଥିବା ଦୁଧିଆଣି ରେଞ୍ଜର ସୂଚନା ଦେଇଛନ୍ତି । ଦୁଧିଆଣି ରେଞ୍ଜର ବିଭିନ୍ନ ଜଙ୍ଗଲରେ ବର୍ତ୍ତମାନ ୨୮ଟି ହାତୀ ରହିଛନ୍ତି । ଗତ କିଛି ମାସ ହେବ ହାତୀପଲଙ୍କ ଉପଦ୍ରବ ଯୋଗୁ ୫ଟି ବ୍ଲକର ୧୦୦ରୁ ଅଧିକ ଗାଁର ଲୋକ ପ୍ରତିଦିନ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ।

ସମ୍ବନ୍ଧିତ ଖବର