ରାଇରଙ୍ଗପୁର: ମୟୂରଭଞ୍ଜ ପୁଲିସକୁ ବଡ଼ ସଫଳତା ମିଳିଛି। ଡକାୟତି ଯୋଜନା ପଣ୍ଡ ହୋଇଛି। ଯୋଜନା ସମୟରେ ପୁଲିସ ୪ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିବା ସହିତ ଅସ୍ତ୍ର ଜବତ କରିଛି। ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଗତ ୧୨ ତାରିଖ ରାତିରେ ଡକାୟତି ଗ୍ୟାଙ୍ଗ ବିଶୋଇ ଥାନା ଅଧିନସ୍ଥ ବାଢୁଣୀଆ ଗ୍ରାମର ଜୈନେକ ବ୍ୟକ୍ତିଙ୍କ ଘରୁ ଚୋରି ଉଦ୍ୟମ କରୁଥିବା ବେଳେ ପରିବାର ଲୋକେ ପାଟିତୁଣ୍ଡ କରିବାରୁ ଗ୍ରାମଲୋକେ ଆସି ପହଂଚିଥିଲେ। କିନ୍ତୁ ଡକାୟତମାନେ ସେଠାରୁ ପଳାଇଯାଇଥିଲେ।
ତେବେ ଗତ ରାତିରେ ପୁଣି ବହଳଦା ଥାନା ଗମ୍ଭାରୀଆଠାରେ ଗୁଡ଼ିଆ ନଦୀ ପାର୍ଶ୍ବରେ ଡକାୟତମାନେ ଯୋଜନା କରୁଥିବା ସମୟରେ ଜଣେ ସେହି ଗ୍ରାମର ଜଣେ ବ୍ୟକ୍ତି ଶୌଚ ପାଇଁ ନଦୀକୁ ଆସିଥିଲେ। ସେମାନଙ୍କର କଥା ଶୁଣି ପାରି ପୁଲିସକୁ ଖବର ଦେଇଥିଲା। ପୁଲିସ ଖବର ପାଇ ଅତର୍କିତ ଭାବେ ମାଡ଼ି ବସି ସେମାନଙ୍କୁ ଗିରଫ କରିବା ସହିତ ଡକାୟତିରେ ବ୍ୟବହାର କରୁଥିବା ମାରଣାସ୍ତ୍ର ଗୋଟିଏ ଦେଶୀ ବନ୍ଧୁକ, ୧୦ଟି ଗୁଳି, ୩ଟି କଟୁରୀ(ଭୁଜାଲି), ଗୋଟିଏ ଛୁରୀ, ଦୁଇ ପ୍ୟାକେଟ୍ ଲଙ୍କା ଗୁଣ୍ଡ, ଗୋଟିଏ ବାଉଁଶ ବାଡ଼ି, ଗୋଟିଏ ମଙ୍କି କ୍ୟାପ୍, ୩ଟି ମୋବାଇଲ ଓ ଗୋଟିଏ ଆର୍ଟିକା କାର(ଓଡି-୦୨ ସି ଡବ୍ଲୁ-୩୯୭୬)କୁ ଜବତ୍ କରିଛି। ଗିରଫ ହୋଇଥିବା ଡକାୟତମାନେ ଦୁଇ ଜଣ କରଞ୍ଜିଆ ଥାନା ଅଞ୍ଚଳର ହୋଇଥିବା ବେଳେ ଆଉ ଦୁଇ ଜଣ ଯାଜପୂର ଥାନା ଅଞ୍ଚଳର ବୋଲି ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନା ସାମ୍ବାଦିକ ସମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ଅନ୍ୟ ଡକାୟତ ମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବା ବୋଲି ମଧ୍ୟ କହିଛନ୍ତି।
ଗିରଫ ଡକାୟତମାନେ କରଞ୍ଜିଆ ଥାନା ଅନ୍ତର୍ଗତ ଭରଣା ଗ୍ରାମର ମନୋଜ କୁମାର ପାତ୍ର (ମୋତିଲାଲ) ଓ ଘଡାସାହି ଗ୍ରାମର ବନ୍ଦନ କୁମାର ପଣ୍ଡା। ସେହିପରି ଅନ୍ୟ ଦୁଇଜଣ ଯାଜପୁର ଥାନା ଅଧୀନସ୍ଥ ମୋରମଛାଇ ଗ୍ରାମର କୁନା ସୁଣ୍ଡି ଓ ଧବଳଗିରି ଗ୍ରାମର ରାଜେଶ ଡଙ୍ଗା ପୁଲିସ ପକ୍ଷରୁ କୁହାଯାଇଛି। ଏମାନେ ଏକାଧିକ ଅପରାଧରେ ଜଡ଼ିତ ଥିବାର ପୁଲିସ ପ୍ରକାଶ କରିଛି। ସାମ୍ବାଦିକ ସମ୍ମିଳନୀରେ ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ବହଳଦା ଥାନା ଅଧିକାରୀ ଭାସ୍କର ପ୍ରଧାନ, ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ଜ୍ଯାତିପ୍ରକାଶ ସ୍ବାଇଁ, ବହଳଦା ଏସ୍ଆଇ ଅନନ୍ତ ଦାସ, ବିଶୋଇ ଥାନା ଅଧିକାରୀ ଶରତ ଚନ୍ଦ୍ର ଦାସଙ୍କ ସମେତ ବହଳଦା ଓ ରାଇରଙ୍ଗପୁର ଥାନାର ବହୁ କନେଷ୍ଟବଳ ଉପସ୍ଥିତ ଥିଲେ।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/14/untitled-44-2025-10-14-20-39-37.jpg)