୬୧ କେଜିରୁ ଅଧିକ ଗଞ୍ଜେଇ ଜବତ, ୩ ଅଟକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ପୁଲିସ ଆଜି ୬୧ କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ତିନି ଅଭିଯୁକ୍ତମାନେ ହେଲେ  ବସ୍ତା ଥାନା ଅଞ୍ଚଳର ରେଫାକତ୍ ଅଲ୍ଲୀ ଓ ରବୀନ୍ଦ୍ର ନାଥ ଦେ ଏବଂ ରୂପସା ଅଞ୍ଚଳର ମିହିର ବିଶ୍ବାଳ। ସେମାନଙ୍କଠାରୁ ୨୦ ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ଜଣାଯାଇଛି। ଏହାଛଡ଼ା ଦୁଇଟି ବୋଲେରୋ ଗାଡ଼ି ବି ଜବତ କରାଯାଇଛି।

ସମ୍ବନ୍ଧିତ ଖବର