ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ କେନ୍ଦୁଜିଆଣିର ଜଡିବିଲ ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଜଡିବିଲ ଉପରସାହିର ଯଦୁମଣି ମହାନ୍ତ (୬୦) ଜଡିବିଲ ଜଙ୍ଗଲରେ ଜଗୁଆଳି ଥିଲେ।
ଆଜି ମଧ୍ୟାହ୍ନରେ ଜଙ୍ଗଲରେ ନିଆଁ ଲାଗିଯିବା ଦେଖି ଯଦୁମଣି ନିଆଁ ଲିଭାଇଥିବା ଲାଗି ଉଦ୍ୟମ କରିଥିଲେ। ସେହି ସମୟରେ ନିଆଁର ଧାସ ଓ ଧୂଆଁ ଅଣନିଶ୍ବାସୀ ହୋଇ ଯଦୁମଣି ବେହୋସ ହୋଇଯାଇ ତଳେ ପଡ଼ିଯାଇଥିଲେ। ନିଆଁରେ ପୋଡ଼ି ହୋଇ ଯଦୁମଣି ମୃତ୍ୟୁବରଣ କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/fire-sambalpur.jpg)