ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ନିଲାମ ହୋଇଛି ଦେଶର ଦ୍ୱିତୀୟ ବୃହତ୍ତମ ହାଟ । ପୂର୍ବରୁ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ହାଟ ଲିଜ୍ ନେବାକୁ ନାରାଜ ଥିଲେ ତିନି ପ୍ରତିଦ୍ୱନ୍ଦୀ । ନିଲାମ ପ୍ରତିଦ୍ବନ୍ଦୀ କହିଥିଲେ ହାଟର ପରିପାର୍ଶ୍ଵିକ ସ୍ଥିତି ଭଲ ନାହିଁ । କୋଟିଏ ଟଙ୍କାରେ ହାଟ ଲିଜ୍ ନେଲେ ବହୁ କ୍ଷତି ସହିବୁ । ପୂର୍ବ ଭଳି ବର୍ତ୍ତମାନର ହାଟ ହେଉନି । ସେଥିପାଇଁ ହାଟ ନିଲାମ ସ୍ଥଗିତ ରହିଥିଲା । ପରିଣାମ ସ୍ଵରୁପ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ନିଲାମ ପ୍ରତିଦ୍ଵନ୍ଦୀମାନେ ହାଟଟିକୁ ଲିଜରେ ନେବାକୁ ବିରୋଧ କରିଥିଲେ । ତେବେ ଆଜି ପୁଣି ଥରେ ମୟୂରଭଞ୍ଜଜିଲ୍ଲା ବାମନଘାଟି ଉପଖଣ୍ଡ ହାଟବାଦଡା ଗ୍ରାମପଞ୍ଚାୟତ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ (ହାଟବାଦଡା ହାଟ) ପୂର୍ବ ସୂଚୀ ଅନୁସାରେ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଅନୁସାରେ ଏହି ହାଟ ନିଲାମର ଆରମ୍ଭ ରାଶି ୧ କୋଟି ୫ ଲକ୍ଷ ୪୯ ହଜାର ୭ ଶହ ୮୭ ଟଙ୍କା ରହିଥିଲା । ପୂର୍ବପରି ଆଜି ମଧ୍ୟ ୩ ଜଣ ପ୍ରତିଦ୍ଵନ୍ଦୀ ଭଗବାନ ପ୍ରସାଦ ସାହୁ, ଡ଼ାକ୍ତର ଶିବାଶିଷ ଗିରି ଓ ଓମ୍ ପ୍ରକାଶ ସାହୁ ଭାଗ ନେଇଥିଲେ । ଶେଷ ପର୍ଯ୍ୟାୟରେ ଭଗବାନ ପ୍ରସାଦ ସାହୁ ୧ କୋଟି ୩୦ ଲକ୍ଷ ଟଙ୍କା ଡାକିଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଡ଼ାକ୍ତର ଶିବାଶିଷ ଗିରି ୧ କୋଟି ୩୦ ଲକ୍ଷ ୧ ଟଙ୍କା ଅଧିକ ଡାକି ହାଟକୁ ଲିଜ ନେଇଛନ୍ତି ।
ଆହୁରି ପଢନ୍ତୁ: Crime: ପରୀକ୍ଷା ଦେବାକୁ ଯାଉଥିବା ବେଳେ ବ୍ଲେଡରେ କଲେଜ ଛାତ୍ରୀଙ୍କୁ ଆକ୍ରମଣ
ନିଲାମରେ ଭାଗନେଇଥିବା ତିନି ପ୍ରତିଦ୍ୱନ୍ଦି ହାଟବାଦଡା ଗ୍ରାମର ହୋଇଥିବା ବେଳେ ଜର୍ମାନରେ କାର୍ଯ୍ୟରତ ବିଶ୍ଵ ପ୍ରସିଦ୍ଧ ଚିକିତ୍ସା ବୈଜ୍ଞାନିକ ଡାକ୍ତର ଶିବାଶିଷ ଗିରି ହାଟଟିକୁ ଲିଜ ନେଇ କହିଛନ୍ତି, ସେ ଜଣେ ବୈଜ୍ଞାନିକ ହୋଇ କାହିଁକି ହାଟଟିକୁ ନେବାକୁ ଚାହୁଁଛନ୍ତି ବୋଲି ତାଙ୍କ ମତ ନେବାରୁ ସେ କହିଛନ୍ତି ହାଟ ଲିଜ ତାଙ୍କୁ ମିଳିଲେ ସେ କଲେଜ ଛାତ୍ରଛାତ୍ରୀ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ବାରା ପରିଚାଳନା କରିବେ ଯାହା ଫଳରେ ସେମାନଙ୍କୁ ରୋଜଗାର ମିଳିବା ସହିତ ଏହାକୁ ଏକ ତାଲିମ କେନ୍ଦ୍ର କରିବେ । ଯାହା ଫଳରେ ନୂତନ ପିଢିର ଯୁବକ ଯୁବତୀମାନେ ହଜାର ହଜାର ଲୋକଙ୍କୁ ତଥା ବିଭିନ୍ନ ବ୍ୟବସାୟ ଭିତ୍ତିକ କାର୍ଯ୍ୟକଳାପକୁ କିଭଳି ପରିଚାଳନା କରିବେ ତାହାର ତାଲିମ ପାଇବେ ଯାହା ତାଙ୍କ ଭବିଷ୍ୟତରେ କାର୍ଯ୍ୟରେ ଆସିବ ବୋଲି ଡାକ୍ତର ଗିରି ପ୍ରକାଶ କରିଛନ୍ତି ।
ଆହୁରି ପଢନ୍ତୁ: Amit Shah: ଶେଷ ନିଶ୍ବାସ ନେବ ମାଓବାଦ: ଓଡ଼ିଶା ମାଟିରୁ ମାଓମୁକ୍ତ ଭାରତର ସ୍ବପ୍ନ ପୂରଣ ନେଇ ଦମ୍ଭ ଦେଖାଇଲେ ଶାହ
ସେହିପରି ବର୍ତ୍ତମାନର ଲିଜଧାରୀ । ଉକ୍ତ ନିଲାମ ସମୟରେ ହାଟ ସମେତ ଅନ୍ୟ ୩୭ଟି ନିଲାମ ତାଲିକାରେ ଥିଲା । ସେଥି ମଧ୍ୟରୁ ଅନ୍ୟ ଗୁଡିକର ନିଲାମ ହୋଇଥିଲା । ଉକ୍ତ ନିଲାମ ପ୍ରକ୍ରିୟାକୁ କୁସୁମୀ ବ୍ଲକ ଏବିଡିଓ ମୀନତି ମାରାଣ୍ଡି,ପିଇଓ ଜନ୍ମେଜୟ ସେଠୀ, ହାଟବାଦଡା ସରପଞ୍ଚ ସବିତା ସୋରେନ ପ୍ରମୁଖ ପରିଚାଳନା କରିଥିଲେ । ନିଲାମ ସମୟରେ ଜିଲ୍ଲା ପରିଷଦ ରାମଚନ୍ଦ୍ର ମୁର୍ମୁଙ୍କ ସମେତ ବହୁ ୱାର୍ଡ ସଭ୍ୟ ଉପସ୍ଥିତ ଥିଲେ। ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାର ଏସଆଇ ଆଲୋକ କୁମାର ସିଂ, ବାଦାମ ପାହାଡ ଥାନା ଅଧିକାରୀ କେ.କେ ହେମ୍ବ୍ରମ୍,ହାଟବାଦଡା ଫାଣ୍ଡି ଅଧିକାରୀ ମୋହନ କୁମାର ସାହୁ, ସୁଲେଇପାଟ ଫାଣ୍ଡି ଅଧିକାରୀ ରଘୁନାଥ ଦେହୁରୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/06/auction-2026-03-06-14-13-50.jpeg)