ମୟୁରଭଞ୍ଜ: ଚଟାଣ ପାଣିରେ ଭାସିଗଲା ୪ ଚକିଆ ଯାନ, ବର୍ତ୍ତି ଗଲେ ଚାଳକ

ବାରିପଦା: ତିତ୍‌ଲି ପ୍ରଭାବରେ ବର୍ଷା କେବଳ ଦକ୍ଷିଣ ଓଡ଼ିଶାରେ ନୁହେଁ ବରଂ ଉତ୍ତର ଓଡ଼ିଶାରେ ମଧ୍ୟ ବିପର୍ଯ୍ୟୟ ସୃଷ୍ଟି କରିଛି। ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ବ୍ଲକ ଅନ୍ତର୍ଗତ ଜଡିପାଳ ଗ୍ରାମ ରାସ୍ତାର ଚଟାଣରେ ପ୍ରବାହିତ ବର୍ଷା ବିଲ ପାଣିର ପ୍ରଖର ସ୍ରୋତ ଏକ ୪ ଚକିଆ ଯାନକୁ ଭସାଇ ନେଇଛି। ପ୍ରଖର ଜଳ ସ୍ରୋତରେ ଭାସି ଯାଇଥିବା କାର ପୋଲ ବାଡ଼ାରେ ଭାଗ୍ୟ ବଶତଃ ଲାଗି ରହିବା ଯୋଗୁଁ ସ୍ଥାନୀୟ ଲୋକେ ଚାଳକଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରିଛନ୍ତି। ଗାଡିଟି ସେହିପରି ବାଡ଼ାରେ ଲାଗି ଭାସମାନ ଅବସ୍ଥାରେ ରହିଛି। ବଡ଼ସାହି ଦମକଳ ବାହିନୀକୁ ଖବର ମଳିବା ପରେ ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚି ଗାଡି ଉଦ୍ଧାର କରିବାରେ ଲାଗିଛନ୍ତି। ଗାଡି ଚାଳକ ଜଣକ ଖୁଣ୍ଟା ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ବି. ଟୁଡୁ ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବର୍ଷା ପରେ ବନ୍ୟା ଯୋଗୁଁ ହଜାର ହଜାର ଲୋକ ପ୍ରଭାବିତ ହୋଇଛନ୍ତି।

ସମ୍ବନ୍ଧିତ ଖବର