ରାଇରଙ୍ଗପୁର: ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ, ଇସ୍କନ ମନ୍ଦିର ବିଭିନ୍ନ ମନ୍ଦିର ଉପରେ କଠୋରପନ୍ଥୀ ଇସଲାମିକ ଗ୍ରୁପ ଦ୍ବାରା ବର୍ବୋଚିତ ଆକ୍ରମଣ, ମନ୍ଦିର ଧ୍ଵଂସ, ସନ୍ଥ, ପୂଜକ, ମହିଳା, ଯୁବତୀଙ୍କ ଉପରେ ମରଣାନ୍ତକ ଆକ୍ରମଣ, ଦୁଷ୍କର୍ମ , ଗୃହ ଦାହ,ଦୋକାନ ବଜାର,ଘର ଲୁଟ୍ ନେଇ ସମଗ୍ର ବିଶ୍ଵରେ ହିନ୍ଦୁ ସମାଜ ଚିନ୍ତିତ,ବ୍ୟଥିତ । ବାଂଲାଦେଶ ଇସ୍କନ ମୁଖ୍ୟ ଚିନ୍ମୟ କୃଷ୍ନ ପ୍ରଭୁଙ୍କୁ ମିଥ୍ୟା ଆରୋପରେ ଗିରଫ କରିବା ସହ ଶାରିରୀକ ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ । ରାଇରଙ୍ଗପୁର ଠାରୁ ମାତ୍ର ୭୦୦ କିମି ଦୂର ଡାକରାରେ ଏଭଳି ହିନ୍ଦୁଙ୍କ ଉପରେ ଆକ୍ରମଣ ହେଉଥିବା ବେଳେ ଆସନ୍ତା ଦିନରେ ଭାରତରେ ତଥା ଏହି ଅଂଚଳରେ ଆଗାମୀ ଦିନରେ ହିନ୍ଦୁଙ୍କ ଉପରେ ଏମିତି ନ ଘଟିବ କିଛି କହି ହେଉ ନାହିଁ। ତେଣୁ ସମୟ ଆସିଛି ଦଳମତ ନିର୍ବିଶେଷରେ ସମସ୍ତ ହିନ୍ଦୁ ଏକାଠି ହୋଇ ହିନ୍ଦୁ ସୁରକ୍ଷା | ତଦସହ ବାଂଲାଦେଶର ହିନ୍ଦୁ ମାନଙ୍କ ସୁରକ୍ଷା ନେଇ ଦାବି କରିବାକୁ ଆଗେଇ ଆସିବା ଉଚିିତ । ଏନେଇ ଆଜି ରାଇରଙ୍ଗପୁର ସହରରେ ବର୍ଷା ଓ କୋହଲା ପାଗ ସତ୍ବେ ରାଇରଙ୍ଗପୁର ଆଖପାଖ ଅଂଚଳରୁ ହଜାର ହଜାର ସଂଖ୍ୟାରେ ବିଭିନ୍ନ ହିନ୍ଦୁ ସଂଗଠନ ଏକାଠି ହୋଇ ଵାଂଲାଦେଶରେ ହିନ୍ଦୁ ସୁରକ୍ଷା ମଞ୍ଚ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ବିଭିନ୍ନ ପ୍ଳାକାର୍ଡ ଧରି ହିନ୍ଦୁମାନେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପାଖରୁ ବାହାରି ରାଇରଙ୍ଗପୁର ସହର ପରିକ୍ରମା କରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ । ବଙ୍ଗଳାଦେଶ ହିନ୍ଦୁ ଏକତା ଜିନ୍ଦାବାଦ ,ହମ ତୁମାରା ସାଥ୍ ହେ ,ଵାଂଲାଦେଶରେ ୟୂନୁସ ସରକାର ମୁର୍ଦାବାଦ,ହାୟ ହାୟ ନାରାରେ ପ୍ରକମ୍ପିତ ହୋଇଥିଲା ସହର । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରାଟ ବିକ୍ଷୋଭ ଓ ପ୍ରତିବାଦ ସଭା କରିବା ପରେ ରାଇରଙ୍ଗପୁର ଜିଲ୍ଲାପାଳଙ୍କ ଦ୍ଵାରା ଜିଲ୍ଲାପାଳଙ୍କ ପ୍ରତିନିଧି ଉପଜିଲ୍ଲାପାଳ ସୌମ୍ୟରଂଜନ ପ୍ରଧାନଙ୍କ ଦ୍ଵାରା ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ଯରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।
ଦାବି ଗୁଡ଼ିକ ହେଲା ଚିନ୍ମୟକୃଷ୍ନ ଦାସଙ୍କୁ ତୁରନ୍ତ ମୁକ୍ତି, ହିନ୍ଦୁ ସଂପ୍ରଦାୟ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ବଲାଦେଶରେ ଅଳ୍ପସଂଖ୍ୟକ ମାନବିକ ଅଧିକାର ସୁନିଶ୍ଚିତ କରିବା । ଏହି ପ୍ରତିବାଦ ସଭାରେ ରଂଜନ ଚାନ୍ଦଗୋଟିଆ,ରାଜିବ ଲୋଚନ ସିଂ,ନବୀନ ରାମ, ସୁରଥ ପଟ୍ଟନାୟକ,ବିଜୟ ଅଗ୍ରୱାଲ,ଗୁରୁ ଚରଣ ହେମ୍ବ୍ରମ, ଇଂ କମଳାକାନ୍ତ ନାୟକ ,ଶମ୍ଭୁନାଥ ଅଗ୍ରୱାଲ,ବଳରାମ ବାରିକ,ଗଣେଶ ରାଉତ,ବରୁଣ ଦେ,ବିଜୁ ଗୋପ, ଭଗବତ ମହାନ୍ତ,ଅଶୋକ ମହାନ୍ତ,ରାଣୀ ମଣ୍ଡଳ, କ୍ରୀଷ୍ଣା ସ୍ବାମୀ,ରଞ୍ଜିତା ମହାନ୍ତ,ମିଥିଳା ଟୁଡୁ, ମିନତୀ ବସା,ଆଲୋକ ରଂଜନ ମହାନ୍ତ, ମନୋଜ ଦାସଙ୍କ ସମେତ ବିଭିନ୍ନ ହିନ୍ଦୁ ସଂଗଠନର ହିନ୍ଦୁ ଭାଇ ଭଉଣୀ ଏକାଠି ହୋଇ ବାଂଲାଦେଶ ବିରୋଧରେ ଗର୍ଜିବା ସହ ରଣ ହୁଙ୍କାର ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/12/10/akvJVVuOcUalyStNEnmu.jpg)