ଶାଳଚୁଅା: କପ୍ତିପଦା ଥାନା ଅନ୍ତର୍ଗତ ଜଡିଦା ପଞ୍ଚାୟତରେ ଥିବା ନେଦାମ ଗ୍ରାମ ନିକଟରେ ଥିବା ବାଘଝୁମ୍ପା ଗାଁରେ ଗତକାଲି ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ହାଟରୁ ଫେରିବା ବାଟରେ କୌଣସି କାରଣରୁ ପାଟିତୁଣ୍ଡ ହେବାରୁ ସ୍ବାମୀ ତାର ପତ୍ନୀକୁ ପିଟି ପିଟି ମାରି ଦେଇଥିବାର ଜଣାପଡ଼ିଛି।
ଗ୍ରାମର ଅଶୋକ ନାଏକ (୩୫) ଏବଂ ତାଙ୍କ ପତ୍ନୀ ବୁଧି ନାଏକ(୨୨) ମଙ୍ଗଳବାର ଦିନ ଉଭୟେ ତାଳପୋଖରୀ ହାଟକୁ ଯାଇଥିଲେ। ସନ୍ଧ୍ୟାରେ ହାଟରୁ ଫେରିବା ସମୟରେ ନିଜ ଗ୍ରାମଠାରୁ ଅନତି ଦୂରରେ ଥିବା ମୟୂରନଚା ଗ୍ରାମ ନିକଟରେ କୌଣସି ଏକ ଘଟଣାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଅାରମ୍ଭ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ଅଶୋକ ପତ୍ନୀ ବୁଧିଙ୍କୁ ନର୍ଘାତ ମାଡ଼ ମାରିଥିଲା। ଫଳରେ ବୁଧି ଅଚେତ ହୋଇ ପଡ଼ିବାରୁ ଅଶୋକ ତାଙ୍କୁ କାନ୍ଧରେ ଟେକି ନେଇ ଘର ନିକଟରେ ଥିବା ଏକ ଗଛମୂଳରେ ଶୁଅାଇ ଦେବା ସହିତ ନିଜେ ମଧ୍ୟ ସେଠାରେ ଶୋଇ ପଡ଼ିଥିଲେ। ସକାଳ ହେବା ପରେ ଅଶୋକ ପତ୍ନୀ ବୁଧିକୁ ଉଠାଇବାକୁ ଚେଷ୍ଟା କରିଥିଲେ ହେଁ ଉଠି ନ ଥିଲା। ମାଡ଼ ଜନିତ କାରଣରୁ ସ୍ବାମୀ ଅଜାଣତରେ ସ୍ତ୍ରୀର ମୃତ୍ୟୁ ହୋଇ ସାରିଥିଲା। ଘଟଣା ସଂପର୍କରେ ଗ୍ରାମବାସୀଙ୍କ ତରଫରୁ ଥାନାକୁ ଖବର ଦିଅାଯାଇଥିଲା। ଖବର ପାଇ କପ୍ତିପଦା ଥାନାଧିକାରିଣୀ ରୀନା ବେହେରା ଓ ଉପଖଣ୍ଡ ପୁଲିସ ଅଧିକାରୀ କୃଷ୍ଣପ୍ରସାଦ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିଲେ। ଏଥିସହିତ ଶବ ବ୍ୟବଚ୍ଛେଦ ନିମନ୍ତେ ଉଦଳା ପଠାଯାଇଥିବା ବେଳେ ଏ ସଂପର୍କରେ କପ୍ତିପଦା ଥାନାରେ କେଶ ନଂ ୧୪୬/୧୮ରେ ଏକ ମାମଲା ରୁଜୁ ହୋଇଛି। ତେବେ ମୃତ ବୁଧି ଓ ଗିରଫ ସ୍ବାମୀ ଅଶୋକଙ୍କର ୪ ଟି ଛୋଟ ଛୋଟ ପୁଅଝିଅ ଥିବାବେଳେ ସେମାନେ ଏବେ ଅସହାୟ ହୋଇ ପଡିଛନ୍ତି।
ହାଟରୁ ଫେରିବା ବାଟରେ ପିଟି ପିଟି ପତ୍ନୀକୁ ହତ୍ୟା:ସ୍ବାମୀ ଗିରଫ; ୪ ଶିଶୁ ଅସହାୟ
/sambad/media/post_attachments/wp-content/uploads/2018/12/mayur-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)