ପରକୀୟା ପ୍ରୀତି ସନ୍ଦେହରେ ସଇତାନ ସାଜିଲା ସ୍ବାମୀ; ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା

ରାଇରଙ୍ଗପୁର: ପରକୀୟା ପ୍ରୀତି ଉଜାଡି ଦେଲା ସଂସାର । ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହାଣିଲା ସ୍ବାମୀ । ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଡୋଲାଜୋଡି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଡୋଲାଜୋଡି ଗ୍ରାମର ବୁଢାନ ବାସ୍କେ ଓ ତାଙ୍କ ସ୍ତ୍ରୀ ଦେଓଲା ବାସ୍କେ(୪୨)ଙ୍କ ମଧ୍ୟରେ ଗତକାଲି ରାତିରେ ବଚସା ହୋଇଥିଲା । ସ୍ତ୍ରୀ ଦେଓଲା ବାସ୍କେ ଅନ୍ୟ କାହା ସହିତ ଫୋନରେ କଥା ହେଉଥିବା ନେଇ ଉଭୟଙ୍କ ମଧ୍ୟରେ ଝଗଡା ଲାଗିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ବାମୀ ଏକ କୁରାଢୀରେ ସ୍ତ୍ରୀକୁ ହାଣି ଦେଇଥିଲା । ତେବେ ଘଟଣାସ୍ଥଳରେ ହିଁ ଦେଓଲା ପ୍ରାଣ ହରାଇଥିଲେ ।

ଖବର ପାଇ ତିରିଂ ଥାନାଅଧିକାରୀ ପ୍ରଫୁଲ୍ଲ ବାରିକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ସ୍ବାମୀ ବୁଢାନକୁ ଥାନାରେ ଅଟକ ରଖିଛନ୍ତି । ତେବେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରୁଥିବା ସୂଚନା ମିଳିଛି । ଏନେଇ ତିରିଂ ଥାନାରେ କେସ ନଂ ୭୮/୨୨ ରେ ଏକ ମାମଲା ରୁଜ୍ଜୁ ହୋଇଛି ।

ସମ୍ବନ୍ଧିତ ଖବର