ଠାକୁରମୁଣ୍ଡା : ଘରୋଇ କଳି କାଳ ହେଲା। ଜଣେ ନିଷ୍ଠୁର ସ୍ୱାମୀର ଠେଙ୍ଗା ମାଡ଼ରେ ପତ୍ନୀଙ୍କ ପ୍ରାଣହାନି ଘଟିଛି। ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଚମ୍ପାଝର ଗ୍ରାମରେ ଆଜି ଏହି ଅଘଟଣ ଘଟିଛି। ମୃତକ ହେଉଛନ୍ତି ଗ୍ରାମର ବାବୁଲି ସିଦୁଙ୍କ ପତ୍ନୀ ତୁଳସୀ। ଘଟଣାରୁ ପ୍ରକାଶ, ଚମ୍ପାଝର ଗ୍ରାମର ବାବୁଲି ସିଦୁ ଓରଫ ଉଦୟ ହୋ(୪୫) ସନ୍ଧ୍ୟା ବେଳେ ଘରକୁ ଫେରିଥିଲା। କୌଣସି କାରଣରୁ ପତ୍ନୀ ତୁଳସୀ ସହିତ ସେ ଝଗଡ଼ା କରିଥିଲା। କ୍ରମଶଃ ଝଗଡ଼ା ଉଗ୍ର ରୂପ ନେଇଥିଲା। ଏଥିରେ ବାବୁଲି ଉତ୍ତ୍ୟକ୍ତ ହୋଇ ଏକ ଠେଙ୍ଗାରେ ତୁଳସୀଙ୍କୁ ନିସ୍ତୁକ ପିଟିଥିଲା। ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଖବରପାଇ ମହୁଲଡିହା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ କରିଥିଲା। ଏନେଇ ଥାନାରେ ୭/୧୮ନଂ.ରେ ମାମଲା ରୁଜୁ ହୋଇଛି।
ସ୍ୱାମୀର ଠେଙ୍ଗା ମାଡ଼ରେ ପତ୍ନୀଙ୍କ ପ୍ରାଣଗଲା
/sambad/media/post_attachments/wp-content/uploads/2018/02/thakurmunda1.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)