ଶାଳଚୁଆ : କପ୍ତିପଦା ଥାନା ଅନ୍ତର୍ଗତ ଜଡିଦା ପଞ୍ଚାୟତରେ ଥିବା ନେଦାମ ଗ୍ରାମ ନିକଟରେ ଥିବା ବାଘଝୁମ୍ପା ଗାଁରେ ଗତକାଲି ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ହାଟରୁ ଫେରିବା ବାଟରେ କୌଣସି କାରଣରୁ ପାଟିତୁଣ୍ଡ ହେବାରୁ ସ୍ବାମୀ ତାର ପତ୍ନୀକୁ ପିଟି ପିଟି ମାରି ଦେଇଥିବାର ଜଣାପଡ଼ିଛି।
ଗ୍ରାମର ଅଶୋକ ନାଏକ (୩୫) ଏବଂ ତାଙ୍କ ପତ୍ନୀ ବୁଧି ନାଏକ(୨୨) ମଙ୍ଗଳବାର ଦିନ ତାଳପୋଖରୀ ହାଟକୁ ଯାଇଥିଲେ। ସନ୍ଧ୍ୟାରେ ହାଟରୁ ଫେରିବା ସମୟରେ କୌଣସି ଏକ ଘଟଣାକୁ ନେଇ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ବାମୀ ଅଶୋକ ପତ୍ନୀ ବୁଧିଙ୍କୁ ମାଡ଼ ମାରିଥିଲା। ଫଳରେ ବୁଧି ଅଚେତ ହୋଇ ପଡ଼ିବାରୁ ଅଶୋକ ତାଙ୍କୁ କାନ୍ଧରେ ଟେକି ନେଇ ଘର ନିକଟରେ ଥିବା ଏକ ଗଛମୂଳରେ ଶୁଆଇ ଦେବା ସହିତ ନିଜେ ମଧ୍ୟ ସେଠାରେ ଶୋଇ ପଡ଼ିଥିଲେ। ସକାଳ ହେବା ପରେ ଅଶୋକ ପତ୍ନୀ ବୁଧିକୁ ଉଠାଇବାକୁ ଚେଷ୍ଟା କରିଥିଲେ ହେଁ ଉଠି ନ ଥିଲା। ମାଡ଼ ଜନିତ କାରଣରୁ ସ୍ବାମୀ ଅଜାଣତରେ ସ୍ତ୍ରୀର ମୃତ୍ୟୁ ହୋଇ ସାରିଥିଲା। ଘଟଣା ସଂପର୍କରେ ଗ୍ରାମବାସୀଙ୍କ ତରଫରୁ ଥାନାକୁ ଖବର ଦିଆଯାଇଥିଲା। ଖବର ପାଇ କପ୍ତିପଦା ଥାନାଧିକାରୀ ରୀନା ବେହେରା ଓ ଉପଖଣ୍ଡ ପୁଲିସ ଅଧିକାରୀ କୃଷ୍ଣପ୍ରସାଦ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/kalabadia_BUDHI-NAIK.jpg)
