ବାରିପଦା: ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ। ନିଜ ସ୍ତ୍ରୀକୁ କାଠଫାଳିଆରେ ପିଟି ପିଟି ହତ୍ୟା କରିଛି ମଦ୍ୟପ ସ୍ବାମୀ। ଏ ଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ଗଡିଗାଁ ହାଣ୍ଡିଭଙ୍ଗା ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ, ସୋମବାର କୌଣସି କାରଣବଶତଃ ସ୍ତ୍ରୀ ବୁଦୁଲୁ କଟୁଆଳର ସ୍ଵାମୀ ମଙ୍ଗଲୁ କଟୁଆଳ ସହିତ ବଚସା ହୋଇଥିଲା। ତେବେ ଉଭୟ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେବା ପରେ ସ୍ବାମୀ ମଦ୍ୟପାନ କରି ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ଅତି ନୃଶଂସ ଭାବେ ହତ୍ୟା କରିଛି। ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀ ନିଜ ଘର ସମ୍ମୁଖରେ ଗାତ ଖୋଳି ପୋତିବା ପାଇଁ ଚେଷ୍ଟା କରୁଥିଲା।
/sambad/media/post_attachments/wp-content/uploads/2021/02/ee37b248-34af-4c72-a709-62d89cff94e2.jpg)
ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ମୋରଡ଼ା ଥାନା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଅଭିଯୁକ୍ତି ସ୍ବାମୀକୁ ଗିରଫ କରିଥିବା ଜଣାପଡ଼ିଛି। ମଙ୍ଗଳବାର ସକାଳେ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ମୋରଡ଼ା ତହସିଲଦାର, ମୋରଡ଼ା ପୁଲିସ ପହଞ୍ଚି ସାଇଣ୍ଟିଫିକ ଟିମ ଜରିଆରେ ତଦନ୍ତ କରିଛନ୍ତି। ଘର ନିକଟରେ ପଡ଼ିଥିବା ଏକ ଠେଙ୍ଗା ଓ ଲୁହା ପାଇପକୁ ପୁଲିସ ଜବତ କରିଥିବା ବେଳେ ଏ ସବୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଅନୁମାନ କରୁଛି ପୁଲିସ। ମୋରଡ଼ା ପୋଲିସ କେଶ ନମ୍ବର ୭/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/Husband-Killed-His-Wife_Thumbnail.jpg)