ରାଇରଙ୍ଗପୁର: ରାଇରଙ୍ଗପୁରଠାରେ ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣିରେ ବେଆଇନ୍ ଭାବେ ସଭାନେତ୍ରୀ ବଦଳ ଓ ଟଙ୍କା ଉଠା ଯାଇଥିବା ନେଇ ଏକ ସଙ୍ଗୀନ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ ବହଳଦା ବ୍ଲକ୍ ଗମ୍ଭାରିଆ ଗ୍ରା.ପ ର ୧୨ ଟି ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ସର୍ବସମ୍ମତି କ୍ରମେ ସେହି ଗ୍ରାପର ବର୍ଗିଡ଼ିହି ଗ୍ରାମର ସୁକାନ୍ତି ମହାନ୍ତଙ୍କୁ ସଭାନେତ୍ରୀ ଭାବେ ଚୟନ କରିଥିଲେ । ୨୦୨୩ ମାର୍ଚ୍ଚ ମାସ ଠାରୁ ବର୍ତ୍ତମାନ୍ ସୁଦ୍ଧା ସୁକାନ୍ତି ପଞ୍ଚାୟତ ସ୍ତରୀୟ ସଂଘର ସମସ୍ତ କାର୍ଯ୍ୟ ସୁଚାରୁ ରୁପେ ତୁଲାଇ ଆସୁଥଲେ। ତେବେ କିଛି ମାସ ପୂର୍ବରୁ ବ୍ଲକର ବିପିଏମ୍ ସରୋଜ ମଲ୍ଲିକ ତାଙ୍କୁ କୌଣସି କାରଣ ନଥାଇ ଖାତା ପତ୍ର ଯାଞ୍ଚ ପାଇଁ ଡାକୁଥିଲେ,ପରେ ସୁକାନ୍ତି ସଂଘର ସଦସ୍ୟ ଓ ସମ୍ପାଦିକାଙ୍କୁ ସମସ୍ତ ଖାତାପତ୍ର ଗତ ସେପଟେମ୍ବର ୨୧ ତାରିଖରେ ପ୍ରଦାନ କରିଥିଲେ। ଦେବା ପରେ ସମସ୍ତ ଇସି ଓ ସମ୍ପାଦିକା ମିଶି ଫେବ୍ରୁଆରି ୨୧ ରେ ସୁକାନ୍ତିଙ୍କ ବିନା ଦସ୍ତଖତରେ ବାସୀଙ୍ଗି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଂଘର ବ୍ୟାଙ୍କ୍ ପାସବୁକ୍ ରୁ ଟଙ୍କା ଉଠାଇଥିଲେ ।
ଏନେଇ ସୁକାନ୍ତି ବିଡ଼ିଓ ଙ୍କୁ ମଧ୍ୟ ଲିଖିତ ଆକାରରେ ଅଭିଯୋଗ କରିଥିଲେ । କିନ୍ତୁ ବିଡ଼ିଓ ମଧ୍ୟ କୌଣସି ସମାଧାନ କରିନଥିଲେ । ତେବେ ପରବର୍ତ୍ତୀ ସମୟରେ ଅପ୍ରେଲ ୨୦୨୫ ରେ ନୂତନ ବିପିଏମ୍ ସୁନିଲ କୁମାର ଖୁଜୁର ଫୋନ୍ ମାଧ୍ୟମରେ କହିଲେ ଯେ ସମସ୍ତ ସଦସ୍ୟା, ସମ୍ପାଦିକା, ବିଡ଼ିଓ ଏବଂ ରାଣୀ ମଣ୍ଡଳଙ୍କ ଉପସ୍ଥିତିରେ ସମସ୍ତ ଖାତା ପତ୍ର,ପାସବୁକ୍ ମାଗିବା ପରେ ବିପିଏମ୍ ନିଜ ପାଖରେ ରଖିଥିଲେ । ପରବର୍ତ୍ତୀ ସମୟରେ ଜୁନ ୨୦୨୫ ରେ ସଭାନେତ୍ରୀ ସୁକାନ୍ତିଙ୍କ ଅନୁମତି ବିନା ଏବଂ ବିନା ଦସ୍ତଖତରେ ବିପିଏମ, ଇସି ସଦସ୍ୟା ଓ ସମ୍ପାଦିକା ମିଶି ଚଞ୍ଚକତା କରି ତାଙ୍କୁ ବହିଷ୍କୃତ କରିବା ପରେ ଜୁନ ୨୦ ଓ ୨୧ ତାରିଖରେ ବାସୀଙ୍ଗି ଓଡ଼ିଶା ଗ୍ରାମ ବ୍ୟାଙ୍କରୁ ପୁଣି ଟଙ୍କା ଉଠାଇଥିଲେ । ଯାହାଫଳରେ ସେ ତାଙ୍କର ପାରିଶ୍ରମିକ ମଧ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ତେବେ ଏନେଇ ପରବର୍ତ୍ତୀ ସମୟରେ ସେ ବ୍ଳକ୍ କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ବାଧ୍ୟ ହୋଇ ଆଜି ଜିଲ୍ଲପାଳଙ୍କ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/11/new-project-34-2025-08-11-19-49-45.jpg)