ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ଗଡ଼ଗଡ଼ିଆ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ରବିବାର ମଧ୍ୟାହ୍ନରେ ଅତର୍କିତ ଚଢ଼ଉ କରି ଲକ୍ଷାଧିକ ଟଙ୍କାର ଅଫିମ ଚୋପା ଜବତ କରିବା ସହିତ ଏହି ବେଆଇନ ନିଶା ବେପାରରେ ଜଡ଼ିତ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଯୁବକ ହେଲେ ଉକ୍ତ ଗ୍ରାମର ସ୍ବର୍ଗତ ଲକ୍ଷ୍ମଣ ନାୟକର ପୁଅ କମଳାକାନ୍ତ ନାୟକ l ହଜାର ହଜାର ଟ୍ରକ୍‌ ଡ୍ରାଇଭର ଗ୍ରାହକ ସାଜୁଥିଲେ। 

Advertisment

ସୂଚନା ଅନୁଯାଇ କମଳାକାନ୍ତ ଏହି ବେଆଇନ ନିଶା କାରବାର କାମରେ ଦୀର୍ଘଦିନ ପୂର୍ବରୁ ଲିପ୍ତ ଥିଲା। ରବିବାର ମଧ୍ୟାହ୍ନରେ ଥାନା ଅଧିକାରୀ ବାରିଣୀ ଦାସ ଓ ମାଜିଷ୍ଟ୍ରେଟ ଭାବେ ବଡ଼ସାହିର ଅତିରିକ୍ତ ତହସିଲଦାର ବିନିତା କିସ୍କୁଙ୍କ ଉପସ୍ଥିତିରେ ବ୍ୟାପକ ପୁଲିସ ଫୋର୍ସ ସହିତ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ଗଡ଼ଗଡ଼ିଆ ଛକ ନିକଟସ୍ଥ କମଳାକାନ୍ତର ଘରେ ଆତର୍କିତ ଚଢ଼ାଉ କରିଥିଲେl ଚଢ଼ାଉ ସମୟରେ କମଳାକାନ୍ତଙ୍କ ଘରୁ ବେଆଇନ ଭାବେ ୩ଟି ବ୍ୟାଗ ଭର୍ତ୍ତି ଅଫିମ ଚୋପା ଜବତ କରିଥିଲେl ତେବେ ଗଛିତ ଅଫିମ ଚୋପାର ଓଜନ ପାଖାପାଖି ୪୪କିଲୋ ହୋଇଥିଲାl ପରେ ଘଟଣାସ୍ଥଳରୁ ଉକ୍ତ ବେଆଇନ ମାମଲାରେ ଜଡିତ ଉକ୍ତ ଗ୍ରାମର ସ୍ବର୍ଗତ ଲକ୍ଷ୍ମଣ ନାୟକର ପୁଅ କମଳାକାନ୍ତ ନାୟକକୁ ପୁଲିସ ଗିରଫ କରିଥିଲେl

ସୂଚନାଯୋଗ୍ୟ ଯେ ଏହି ଅଫିମ ଚୋପାକୁ ଗୁଣ୍ଡ କରି ଟ୍ରକ ଡ୍ରାଇଭରମାନଙ୍କୁ ବିକ୍ରୟ କରନ୍ତି କମଳାକାନ୍ତl ଟ୍ରକ ଡ୍ରାଇଭରମାନେ ନିଶା ଆକାରରେ ଏହାକୁ ବ୍ୟବହାର କରନ୍ତିl କମଳାକାନ୍ତ ଏହି ବେଆଇନ ବେପାରରେ ଦୀର୍ଘଦିନ ଧରି ଜଡିତ ଥିବାବେଳେ ପୁଲିସ ହାତରେ ଧରା ପଡୁନଥିଲାl ସେ ଝାଡ଼ଖଣ୍ଡ ରାଜ୍ୟରୁ ବସ ମାଧ୍ୟମରେ ଏହି ଅଫିମ ଚୋପା ଆଣି ତାକୁ ଗୁଣ୍ଡ କରି ଜାତୀୟ ରାଜପଥରେ ୨୪ଘଣ୍ଟା ଧରି ଚାଲୁଥିବା ଟ୍ରକ, ଟ୍ରଲର ଓ ଡମ୍ଫର ଚାଳକ ମାନଙ୍କୁ ଚଢା ଦରରେ ବିକିଥାନ୍ତିl ଆଉ ଭଲ ନିଶା ଧରୁଥିବାରୁ ଡ୍ରାଇଭର ମାନେ ମଧ୍ୟ ଏହି ନିଶା ଦ୍ରବ୍ୟକୁ ଭଲ ପସନ୍ଦ କରିଥାନ୍ତିl ତେବେ ଏନେଇ ପୁଲିସ ୫୨୮ନଂରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କମଳାକାନ୍ତକୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବା ନେଇ ଥାନା ଅଧିକାରୀ ଶ୍ରୀଦାସ ସୂଚନା ଦେଇଛନ୍ତିl

Mayurbhanj