ଭାରତ-ଇଂଲଣ୍ଡ ମୈତ୍ରୀର ୭୦ ବର୍ଷ ପୂର୍ତ୍ତି: ଲଣ୍ଡନରେ ମୟୂରଭଞ୍ଜ ଛଉର ଚମକ

ବେତନଟୀ: ଇଂଲଣ୍ଡ ଓ ଭାରତ ବନ୍ଧୁତ୍ୱର ୭୦ ବର୍ଷ ପୂର୍ତ୍ତି ଅବସରରେ ଲଣ୍ଡନରେ ଆୟୋଜିତ ଉତ୍ସବରେ ମୟୂରଭଞ୍ଜର ପ୍ରସିଦ୍ଧ ଲୋକକଳା ଛଉନୃତ୍ୟ ଚମକ ଦେଖାଇଛି। କାମଡେନ ସେଣ୍ଟରରେ ଚାଲିଥିବା ପାଞ୍ଚଦିନିଆ ଉତ୍ସବର ପ୍ରଥମ ଦିନରେ ନିଚୁଆପଦା ଉତ୍ତର ସାହିରୁ ଯାଇଥିବା ଛଉ କଳାକାରମାନେ ବସନ୍ତରାଜ ନୃତ୍ୟ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହିଛନ୍ତି। କଳାକାରଙ୍କର ପାରମ୍ପରିକ ଆଭୂଷଣ ଓ ନୃତ୍ୟରାଜି ସେଠାକାର ଆୟୋଜକଙ୍କୁ ବିମୋହିତ କରିଛି।

ନିଚୁଆପଦା ଛଉ ପ୍ରତିଷ୍ଠାନର ଏହି ଦଳରେ ବିଶିଷ୍ଟ ଶିକ୍ଷାବିତ୍‌ ଛୋଟଲାଲ ମହାନ୍ତଙ୍କ ସଂଯୋଜନାରେ ଛଉ ଗୁରୁ ହରିପଦ ମହାନ୍ତ, ବିରଞ୍ଚି ମହାନ୍ତ, କଳାକାର ଦୁର୍ଗାଚରଣ ମହାନ୍ତ, ସୁଶାନ୍ତ ମହାନ୍ତ, ବୁଲୁ ବିନ୍ଧାଣି, ଅକ୍ଷୟ ମହାନ୍ତ, ରାଜେଶ ବିନ୍ଧାଣି, ସୁମନ ବିନ୍ଧାଣି, ଲବଙ୍ଗ ବିନ୍ଧାଣି, ସଙ୍ଗୀତା ମହାନ୍ତ, ସୁଶାନ୍ତି ପାଟବନ୍ଧା ଓ ବିଜୟ ବିନ୍ଧାଣି ଅଛନ୍ତି। ମୟୂରଭଞ୍ଜ ଭୁରୁକୁଣ୍ଡିର ଛଉ କଳାକାରମାନେ ପୂର୍ବରୁ ଋଷିଆରେ ଛଉ ପ୍ରଦର୍ଶନ କରି ପ୍ରସିଦ୍ଧି ଲାଭ କରିଥିଲେ। ଛଉ କଳାକାରମାନେ ଲଣ୍ଡନର କାମଡେନ ସିଭିକ ସେଣ୍ଟର ପରେ ଭାରତୀୟ ବିଦ୍ୟା ଭବନ, ରୟାଲ ଫେଷ୍ଟିଭାଲ ହଲ, ସାଉଥବ୍ୟାଙ୍କ ଓ ନେହେରୁ ସେଣ୍ଟରରେ ନୃତ୍ୟ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର