ବେତନଟୀ (ଦୀପକ କୁମାର ସିଂହ): ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ କ୍ଷୀରପଦା ସଂରକ୍ଷିତ ଜଙ୍ଗଲରେ କ୍ଷତାକ୍ତ ହାତୀ ଶାବକ ବୁଲୁଛି। ହାତୀ ଶାବକର ମୁହଁରୁ ରକ୍ତସ୍ରାବ ହଉଛି। ଏହାର ଚିକିତ୍ସା ଦରକାର ପଡୁଛି। ଆହତ ହାତୀ ଛୁଆର ଗତିବିଧି ଉପରେ ବନ ବିଭାଗର ଏକାଧିକ ଟିମ ନଜର ରଖିଥିବାବେଳେ ବାରିପଦାରୁ ଡାକ୍ତରୀ ଟିମ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ପ୍ରଥମେ ଟ୍ରାଙ୍କୁଲାଇଜ କରାଯିବା ପରେ ହାତୀ ଶାବକକୁ ଉଦ୍ଧାର ପୂର୍ବକ ଚିକିତ୍ସା ନିମିତ୍ତ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯିବ।
ବେତନଟୀ ରେଞ୍ଜରେ ବିଭିନ୍ନ ଜଙ୍ଗଲରେ କିଛି ଦିନ ହେଲା ୩୭ଟି ହାତୀ ଚଳପ୍ରଚଳ କରୁଥିବାବେଳେ ଦୁଇ ଦିନ ପୁର୍ବରୁ ରାତିରେ ଏକ ୨୭ଟିକିଆ ପଲ ଏକତ୍ରିତ ହୋଇ ବାଲେଶ୍ବର ଜିଲ୍ଲା ନୀଳିଗିରି ଉପକଣ୍ଠ ଗୋପାଳପୁର ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଥିଲେ। ଗୁରୁବାର ରାତିରେ ୨ଟି ଦଳ ହୋଇ ୨୬ଟି ହାତୀ ପୁଣି ଥରେ ବେତନଟୀ ରେଞ୍ଜକୁ ଫେରି ଆସିଥିବାବେଳେ ଆଜି ସକାଳୁ ଗୋଟେ ଏକୁଟିଆ ଶାବକ ହାତୀ କ୍ଷତାକ୍ତ ଅବସ୍ଥାରେ ବୁଢ଼ାବଳଙ୍ଗ ଅତିକ୍ରମ କରି ବେତନଟୀ ରେଞ୍ଜ ଅଧୀନ କ୍ଷୀରପଦା ସଂରକ୍ଷିତ ଜଙ୍ଗଲରେ ପଶିଥିଲାl
#ଜଙ୍ଗଲରେ_ବୁଲୁଛି_କ୍ଷତାକ୍ତ_ହାତୀ_ଛୁଆ
— Sambad (ସମ୍ବାଦ) (@sambad_odisha) December 12, 2025
- ବେତନଟୀ: କ୍ଷୀରପଦା ସଂରକ୍ଷିତ ଜଙ୍ଗଲରେ ବୁଲୁଛି କ୍ଷତାକ୍ତ ହାତୀ ଛୁଆ
- ହାତୀଛୁଆର ଗତିବିଧି ଉପରେ ବନବିଭାଗର ନଜର
- ଟ୍ରାଙ୍କୁଲାଇଜ ପରେ ଚିକିତ୍ସା କରାଯିବ କହିଲେ ବନକର୍ମଚାରୀ #Sambad#Betnoti#Elephant#Odisha#Mayurbhanjpic.twitter.com/8jHzkLwfjq
ଟ୍ରାଙ୍କୁଲାଇଜ କରିବାକୁ ଉଦ୍ୟମ
ହାତୀ ଶାବକର ଜିଭ ବାହାରକୁ ବାହାରିଥିବା ବେଳେ ମୁହଁରୁ ରକ୍ତସ୍ରାବ ହୋଇଥିବା ନେଇ ସ୍ଥାନୀୟ ଲୋକ ଦେଖି ବନବିଭାଗକୁ ଖବର ଦେଇଥିଲେl ପରେ ବେତନଟୀ ବନ ବିଭାଗର ଏକାଧିକ ଟିମ କ୍ଷୀରପଦା ଜଙ୍ଗଲକୁ ଘେରାଉ କରି ହାତୀ ଶାବକର ଗତିବିଧିକୁ ନିରକ୍ଷଣ କରୁଛନ୍ତିl ବେତନଟୀର ଡେପୁଟି ରେଞ୍ଜର ଧୃବେନ୍ଦ୍ର ନାଏକ, ବାରିପଦାରୁ ଏସିଏଫ ମେହେରବାନ ଓଲ୍ଲୀଙ୍କ ସହିତ ଏକ ଡାକ୍ତରୀ ଦଳ ଓ ଟ୍ରାଙ୍କୁଲାଇଜର ଟିମ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରୁଛନ୍ତିl
ଆହୁରି ପଢ଼ନ୍ତୁ: Old Man Death Attack Elephant: ଦନ୍ତା ହାତୀର ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ
ଉଦ୍ଧାର ପରେ ଭୁବନେଶ୍ବର ଯିବ ହାତୀ ଶାବକ
ଖବର ଲେଖାଯିବା ପର୍ଯ୍ୟନ୍ତ ବନ ବିଭାଗ ଘଞ୍ଚ ଜଙ୍ଗଲ ଭିତରେ କ୍ଷତାକ୍ତ ହାତୀର ସଠିକ ଉପସ୍ଥିତି ନିରୀକ୍ଷଣ କରିପାରି ନାହିଁ। ହାତୀ ଶାବକ କେଉଁ ପରିସ୍ଥିତିରେ ଆହତ ହୋଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ବିଭାଗର ସୂଚନା ଅନୁଯାଇ କ୍ଷତାକ୍ତ ହାତୀଛୁଆକୁ ପ୍ରଥମେ ଟ୍ରାଙ୍କୁଲାଇଜ କରି ନିସ୍ତେଜ ହେଲାପରେ ଟ୍ରକ ସାହାଯ୍ୟରେ ଉନ୍ନତ ଚିକିତ୍ସା ନିମିତ୍ତ ଭୁବନେଶ୍ୱର ନିଆଯିବl ପାଇଁ ଯୋଜନା କରାଯାଇଛି।
ଆହୁରି ପଢ଼ନ୍ତୁ: Elephant Herd's Terror: ୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/12/elephant-2025-12-12-17-42-57.jpg)