ରାଇରଙ୍ଗପୁର/କରଞ୍ଜିଆ : ପ୍ରଖ୍ୟାତ ଅଭିନେତା ଅଜିତ ଦାସଙ୍କ ଆକସ୍ମିକ ମୃତ୍ୟୁରେ ଜନ୍ମମାଟି କରଞ୍ଜିଆରେ ଶୋକର ଛାୟା ଖେଳିଯାଇଛି। ନିରବି ଯାଇଛି କରଞ୍ଜିଆ ମେଳଣ ପଡ଼ିଆ ରଙ୍ଗମଞ୍ଚ। ଏଇ ମଞ୍ଚରୁ ଆରମ୍ଭ ହୋଇଥିଲା ଅଜିତ (ପୁପୁ)ଙ୍କ ଅଭିନୟର ଲମ୍ବାଯାତ୍ରା। ବାପା ଶୈଳେଶ ଚନ୍ଦ୍ର ଦାସ ଥିଲେ କରଞ୍ଜିଆର ସୁନାମଧନ୍ୟ ଓକିଲ। ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଥିଲେ ଜଣେ କଳାପ୍ରେମୀ ଓ ମଞ୍ଚ ନାଟକ ନିର୍ଦ୍ଦେଶକ। ତାଙ୍କଠାରୁ କଳା ପ୍ରତି ଆକର୍ଷିତ ହୋଇଥିଲେ ଅଜିତ। ଛୋଟ ବେଳୁ ଘାରିଥିଲା ଅଭିନୟର ନିଶା। ଡାକନାମ ପୁପୁ ନାଁରେ ସମସ୍ତଙ୍କ ପାଖରେ ପରିଚିତ ଅଜିତ ମଞ୍ଚ ନାଟକରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହେଉଥିବାବେଳେ ନାୟିକା ସାଜୁଥିଲେ ତାଙ୍କ ଭଉଣୀ ଚିନୁ ଦାସ। ‘ଝରା ବଉଳ’ ନାଟକରେ ଅଜିତଙ୍କ ନିଖୁଣ ଅଭିନୟ ସେତେବେଳେ ଢେର୍ ପ୍ରଶଂସା ସାଉଁଟିଥିଲା। ଦର୍ଶକଙ୍କ ଅଜସ୍ର ପ୍ରଶଂସା, କଳାପ୍ରେମୀ ପରିବାରର ପ୍ରେରଣା ତାଙ୍କୁ ଢେର ଆଗକୁ ନେଇ ଯାଇଥିଲା। ଫଳସ୍ବରୂପ ଓଡ଼ିଶାରେ ଜଣେ ଆଗଧାଡ଼ିର ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ଅଜିତ ଦାସ।
ନିରବି ଯାଇଛି ମେଲଣ ପଡ଼ିଆ ରଙ୍ଗମଞ୍ଚ, ପୁପୁଙ୍କ ପାଇଁ କାନ୍ଦୁଛି କରଞ୍ଜିଆ
/sambad/media/post_attachments/wp-content/uploads/2020/09/ajit-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)