ବାଙ୍ଗିରିପୋଷି : କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ, ୨ ଗିରଫ

ବାଙ୍ଗିରିପୋଷି : ବାଙ୍ଗିରିପୋଷି ବନବିଭାଗ ଦ୍ବାରା ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ ହେବା ସହିତ ଦୁଇ ଜଣ ଗିରଫ ହୋଇଛନ୍ତି । ଚୋରାରେ ଏସବୁ କେନ୍ଦୁପତ୍ର ସମ୍ବଲପୁରରୁ ପଶ୍ଚିମବଙ୍ଗର ଦଘା ଯାଉଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।

ଡିଏଫଓ ସଂୟମ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ଡେପୁଟି ରେଞ୍ଜର  ଶୈଳେନ୍ଦ୍ର ଦାସଙ୍କ ନେତୃତ୍ଵରେ ଏକ ଟିମ ଦିନ ୨ଟାରୁ  ଦ୍ବାରଶୁଣୀ ଘାଟିରେ ଜଗି ରହିଥିଲା । ସଂଧ୍ୟା ୫ଟା ସମୟରେ ଛଅ ଚକିଆ ଟ୍ରକଟି ଘାଟି ଅତିକ୍ରମ କାଳରୁ ପିଛା କରି ବାଙ୍ଗିରିପୋଷି କଲିକତା ଛକ ପାଖରେ ଅଟକାଇବା ସହିତ ଜବତ କରିଥିଲା । ଏହାସହିତ ଝାଡଖଣ୍ଡ ଜିଲ୍ଲା ଗ୍ରିଡିର  ଡ୍ରାଇଭର  ନରେଶ କୁମାର ରଜକ ସହିତ ମେଦିନାପୁରର ହେଲପର ସୋଇଫୁଲ ଖାଁକୁ ଗିରଫ କରାଯାଇଛି । କେନ୍ଦୁପତ୍ରର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଡେପୁଟି ରେଞ୍ଜର କହିଛନ୍ତି । ଜବତ ସମୟରେ ଫରେଷ୍ଟର ଲକ୍ଷ୍ମୀକାନ୍ତ ବେହେରା, ଫରେଷ୍ଟ ଗାର୍ଡ ରଜନୀକାନ୍ତ ଦେହୁରୀ,ପ୍ରିତମ ସିଂ,ମଳୟ ମାହାନ୍ତ ସହିତ ଡ୍ରାଇଭର ତପନ ବେହେରା ଉପସ୍ଥିତ ଥିଲେ । ବନବିଭାଗ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର