ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଳକ ଅନ୍ତର୍ଗତ ବଡମୌଦା ଗ୍ରାମ ପଞ୍ଚାୟତର ସୁଣ୍ଡଳ ଗ୍ରାମରେ ଟିକଟ ଜମିକୁ ଗ୍ରାମବାସୀମାନଙ୍କ ବିନା ଅନୁମତିରେ ଜବର ଦଖଲ ଲିଜ ନେଇଥିବା ଅଭିଯୋଗ ହୋଇଛି। ଘନଶ୍ୟାମ ମିଶ୍ର ଏଣ୍ଡ ସନ୍ସ ପ୍ରା.ଲି ଖଣି ମାଲିକଙ୍କ ବିରୁଦ୍ଧରେ ସୁଣ୍ଡଳ ଗ୍ରମର ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏଥି ସହିତ ସରକାରୀ ଓ ରେଳ ବିଭାଗର ଜମି ମଧ୍ୟ ଲୌହଖଣି ମାଲିକଙ୍କ ଲିଜ ମଧ୍ୟରେ ରହିଥିବା ସୂଚନା ଦେବା ପରେ ଗୋରୁମହିଷାଣୀ ଆର.ଆଇ ସନାମୋନି ସୋରେନ୍ ଲିଜ ଅଧିନରେ ଥିବା ସ୍ଥାନକୁ ଯାଇ ତଦନ୍ତ କରିବା ସହିତ ଗ୍ରାମବାସୀ ମାନଙ୍କ ସହିତ ଆଲୋଚନା କରିଥିଲେ।
ତେବେ ଗ୍ରାମର ବହୁ ଚାଷୀଙ୍କ ସମେତ ଅନ୍ୟ ଜାଗା ମଧ୍ୟ ରହିଥିବା ସୂଚନା ମିଳିଛି। ତେବେ ଲିଜ ହୋଇଥିବା ଜମିର ଚାଷୀ ମାନେ ଖଣି ମାଲିକଙ୍କ ଠାରୁ ଟଙ୍କାଟିଏ ମଧ୍ୟ ପାଇନଥିବା ପ୍ରକାଶ କରିଛନ୍ତି। ଜମି ମାପ ସମୟରେ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।ତାଙ୍କୁ କିଏ ମିଛ କହି ତାଙ୍କ ଠାରୁ ଲିଜ ନେଇଛି ତାହା ତଦନ୍ତ ସାପେକ୍ଷ।
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/14/img-20250914-wa0585-2025-09-14-20-29-36.jpg)