ରାଇରଙ୍ଗପୁର: ରାଇରଙ୍ଗପୁର ସହରର ଗାନ୍ଧୀପାର୍କ ନିକଟରେ ଥିବା ମଣପୁରମ ସୁନା ଋଣ ବ୍ୟାଙ୍କକୁ ୫ ଜଣ ଦୁର୍ବୁର୍ତ୍ତ ବନ୍ଧୁକ ଧରି ଡକାୟତି ଉଦ୍ୟମ ନେଇ ପ୍ରବେଶ କରିଥିଲେ । ସେମାନେ ହାତରେ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଶାଖା କର୍ମଚାରୀମାନଙ୍କୁ ଭୟଭୀତ କରିଥିଲେ । ତାପରେ ସେମାନେ ଷ୍ଟ୍ରଙ୍ଗ ରୁମ ଖୋଲିବାକୁ କହିଥିଲେ କିନ୍ତୁ ସେତେବେଳକୁ ସାଇରନ୍ ବାଜିବାରୁ ସେମାନେ ଭୟରେ ଶାଖା ଛାଡି ପଳାଇଥିଲେ ।

Advertisment

ସୂଚନାଯୋଗ୍ୟ, ସୁନା ଋଣ ଶାଖାରୁ କୌଣସି ଟଙ୍କା କିମ୍ବା ଅଳଙ୍କାର ଲୁଟ ହୋଇ ନ ଥିବା ବେଳେ ଶାଖା କର୍ମଚାରୀମାନଙ୍କଠାରୁ ମଧ୍ୟ ପଇସା ପତ୍ର ଛଡାଇନେଇଥିବାର ସୂଚନା ମିଳିଛି । ଏହି ଖବର ରାଇରଙ୍ଗପୁର ସହରରେ ଡକାୟତିମାନଙ୍କ ଆତଙ୍କକୁ ନେଇ କୋକୁଆ ଭୟ ଖେଳିଯାଇଛି । ଏଥିପାଇଁ ପୁଲିସ ପ୍ରଶାସନ ସଜାଗ ହେବା ସହିତ ସହରର ବିଭିନ୍ନ ସ୍ଥାନର ସିସି କ୍ୟାମେରା ଯାଞ୍ଚ କରୁଛି ।

ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଇବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । ସୂଚନାଯୋଗ୍ୟ ଯେ ବର୍ଷେ ମଧ୍ୟରେ ୪ରୁ ଅଧିକ ସ୍ଥାନରେ ବନ୍ଧୁକ ଦେଖାଇ ଫାଇନାନ୍ସ୍ କମ୍ପାନୀର କର୍ମଚାରୀ ସମେତ ଜନସାଧାରଣଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରିଛନ୍ତି । ଆଜି ଲୁଟ୍ ଉଦ୍ୟମ ପରେ ରାଞ୍ଚି- ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ଯଶିପୁର ଦିଗକୁ ବାଇକ୍ ଯୋଗେ ଫେରାର ହୋଇଯାଇଛନ୍ତି। ତେବେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।