ବେତନଟି/ବୈସିଙ୍ଗା: ମୟୂରଭଞ୍ଜରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ବୈସିଙ୍ଗାସ୍ଥିତ ମାଣତ୍ରୀ ରାସ୍ତା ପାର୍ଶ୍ୱରେ ଥିବା ମହାରଣା ଅଳଙ୍କାର ଦୋକାନରେ ଶୁକ୍ରବାର ଲୁଟ୍ ଉଦ୍ୟମ ହୋଇଛି। ଲୁଟେରାମାନଙ୍କ ଗୁଳି ଚାଳନା ଓ ଏସିଡ୍ ମାଡ଼ରେ ଅଳଙ୍କାର ଦୋକାନର ଉଭୟ ମାଲିକ ବାପ-ପୁଅ ଗୁରୁତର ଆହତ ହୋଇଛନ୍ତି। ବାପ ଗୋଡ଼ରେ ଗୁଳି ବାଜି ଥିବା ବେଳେ ପୁଅ ଏସିଡ୍ ମାଡ଼ରେ ଗୁୁରୁତର ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ନିଆଯାଇଛି।
/sambad/media/post_attachments/wp-content/uploads/2019/11/BlueStacks_ScreenShot0-1-300x231.jpg)
ଲୁଟେରାମାନେ ଲୁଟ୍ ଉଦ୍ୟମ କରୁଥିବା ବେଳେ ଖବର ପାଇ ବୈସିଙ୍ଗା ଥାନା ପୁଲିସ୍ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଲୁଟେରାଙ୍କ ଗୁଳି ମାଡ଼ରେ ବୈସିଙ୍ଗା ଥାନା ଆଇଆଇସି ବି ଆହତ ହୋଇଥିବା ସୂଚନା ରହିଛି। ତେବେ ସମୁଦାୟ ୬ ଜଣ ଲୁଟେରା ମିଶି ଲୁଟ୍ କରିବାକୁ ଆସିଥିବା ବେଳେ ସ୍ଥାନୀୟ ଲୋକ ଓ ପୁଲିସ୍ର ମିଳିତ ଉଦ୍ୟମରେ ୩ ଜଣଙ୍କୁ ଧରାଯାଇ ଅଟକ ରଖାଯାଇଛି ଓ ଆଉ ୩ ଜଣ ଫେରାର୍ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/BlueStacks_ScreenShot-5.jpg)