ବୈଶିଙ୍ଗା: ବୈଶିଙ୍ଗା ଥାନାଠାରୁ ମାତ୍ର ୨ଶହ ମିଟର ଦୂର ବୈଶିଙ୍ଗା ବଜାରର ଜନଗହଳିପୂର୍ଣ୍ଣ ସ୍ଥାନରୁ ଗୁରୁବାର ଅପରାହ୍ନ ୧୨ଟା ୧୫ମିନିଟ ସମୟରେ ସ୍ପଷ୍ଟ ଦିବାଲୋକରେ ଗାଡି ଡ଼ିକି ଭାଙ୍ଗି ନଗଦ ଦୁଇଲକ୍ଷ ଟଙ୍କା ଲୁଟକରି ଦୁଇଜଣ ଦୁର୍ବୁତ୍ତ ଆଖିପିଛୁଳାକେ ଚମ୍ପଟ ମାରିଥିବା ବେଳେ ଏନେଇ ଏତଲା ଦାଏର କଲେ ଲୁଟର ଶୀକାର ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ଶିକ୍ଷକ ନରସିଂହ ଚରଣ ଭୂୟାଁ l ଏତଲାକାରୀ ବୈଶିଙ୍ଗା ଗ୍ରାମର ନରସିଂହ ଚରଣ ଭୂୟାଁଙ୍କର ଅଭିଯୋଗ ମୁତାବକ ସେ ଗୁରୁବାର ଓଡିଶା ଗ୍ରାମ୍ୟ ବ୍ୟାଙ୍କ ବୈଶିଙ୍ଗା ଶାଖାରୁ ଦୁଇଲକ୍ଷ ଟଙ୍କା ଉଠାଇ ନିଜର ଓଡି୦୧ଏଡି-୪୭୩୮ନଂ ବିଶିଷ୍ଟ ବାଇକ ଡ଼ିକିରେ ରଖି ବୈଶିଙ୍ଗା ବଜାରର ଗୋଳାପୋଲ ନିକଟସ୍ଥ ଜନଗହଳିପୂର୍ଣ୍ଣ ସ୍ଥାନରେ ଏକ ପାଇପ ଦୋକାନ ସମ୍ମୁଖରେ ବାଇକ ରଖି ଦୋକାନକୁ କିଣା କିଣି କରିବାକୁ ଯାଇଥିଲେ l ତେବେ ସେଠାରୁ ଦଶମିନିଟ ପାଖାପାଖି ପରେ ଫେରିବା ବେଳକୁ ଗାଡି ଡ଼ିକି ଭଙ୍ଗା ଯାଇ ଦୁଇଲକ୍ଷ ଟଙ୍କା ଲୁଟ କରାଯାଇଥିବାର ଦେଖିବାକୁ ପାଇଥିଲେ l
/filters:format(webp)/sambad/media/media_files/2025/07/10/b2cecbd0-b42a-4af7-a7c8-efab793085e9-2025-07-10-19-21-31.jpg)
ସଙ୍ଗେ ସଙ୍ଗେ ଆଖପାଖ ଦୋକାନରେ ଲାଗିଥିବା ସିସିଟିଭି ଯାଞ୍ଚ ପରେ ଦୁଇଜଣ ଯୁବକ ଏକ ବାଇକ ଯୋଗେ ଆସି ଧଳା ହେଲମେଟ ପିନ୍ଧି ଅତ୍ୟନ୍ତ ଚତୁରତାର ସହିତ ଗାଡି ଡିକି ଭାଙ୍ଗି ଦୁଇଲକ୍ଷ ଟଙ୍କା ଲୁଟିନେଇ ଆଖି ପିଛୁଳାକେ ଚମ୍ପଟ ମାରିଥିବାର ଦେଖିବାକୁ ମିଳିଥିଲା l ଏନେଇ ନରସିଂହ ଚରଣ ଭୂୟାଁ ବୈଶିଙ୍ଗା ଥାନାରେ ଲିଖିତ ଏତଲା ଦାଏର କରିଥିବା ବେଳେ ତୁରନ୍ତ ଘଟଣା ସ୍ଥଳରେ ବୈଶିଙ୍ଗା ଥାନା ସବଇନ୍ସପେକ୍ଟର ଦେବାଶିଷ ମଣ୍ଡଳ ସଦଳବଳ ପହଞ୍ଚି ଘଟଣା ସ୍ଥଳରେ ବିଭିନ୍ନ ଦୋକାନ ଓ ରୁପ୍ସା ରାସ୍ତାର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତକୁ ବ୍ୟାପକ କରିଛନ୍ତି l ପ୍ରକାଶ ଥାଉ କି ମାତ୍ର କିଛିଦିନ ପୁର୍ବରୁ ଠିକ ସେହି ସମାନ ସ୍ଥାନରୁ ମହିଳାଙ୍କ ବେକରୁ ସୁନାଚେନ ଲୁଟ କରିବାକୁ ଉଦ୍ୟମ କରିଥିଲେ ଦୁର୍ବୁତ୍ତ l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/10/cf2ea3fd-78ea-46e7-a1ea-0f44cd30ebf4-2025-07-10-19-20-58.jpg)