କରଞ୍ଜିଆ: ଭିନ୍ନ ସଂପ୍ରଦାୟ ଜଣେ ଯୁବତୀଙ୍କୁ ପ୍ରେମ କରିବା ପ୍ରେମିକ ଗାଡ଼ି ଚାଳକଙ୍କ ପାଇଁ ଆଜି ମହଙ୍ଗା ପଡ଼ିଛି। ଗାଁଲୋକେ ଯୁବକଙ୍କୁ ଧରି ମାଡ଼ ମାରିବା ସହିତ ଲଣ୍ଡା କରିଛନ୍ତି। ଏମିତି ଅମାନବୀୟ ଘଟଣା କରଞ୍ଜିଆ ଥାନା ଅଞ୍ଚଳରେ ସମସ୍ତଙ୍କୁ ମର୍ମାହତ କରିଛି। ଉଭୟ ପ୍ରେମିକ ଓ ପ୍ରେମିକାଙ୍କୁ ଗୋଟିଏ ବନ୍ଦ କୋଠରୀ ଭିତରେ ରଖାଯାଇ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦିଆଯାଇଥିବା ଅଭିଯୋଗ ହୋଇଛି। ଖବରରୁ ଜଣାପଡ଼ିଛି, କରଞ୍ଜିଆ ସହରାଞ୍ଚଳର ଜଣେ ଗାଡ଼ି ଚାଳକ ନିକଟସ୍ଥ ଏକ ଗ୍ରାମର ଭିନ୍ନ ସଂପ୍ରଦାୟର ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ। ଯୁବତୀ ମଧ୍ୟ ଯୁବକଙ୍କୁ ଭଲ ପାଇ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଆଜି ଯୁବତୀ ଜଣକ ଅସୁସ୍ଥ ଥିଲେ। ଖବରପାଇ ତାଙ୍କ ଘରକୁ ପ୍ରେମିକ ଦେଖା କରିବାକୁ ଯାଇ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ। ଗାଁଲୋକେ ତାଙ୍କୁ ଧରି ନେଇ ପ୍ରେମିକାଙ୍କ ସହିତ ଗୋଟିଏ ନିବୁଜ କୋଠରୀ ଭିତରେ ପୁରାଇ ଦେଇଥିଲେ। ସେଠାରେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ଯୁବକଙ୍କୁ ଲଣ୍ଡା କରିଥିଲେ। ଏପରି ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେବା ପରେ ଉଭୟଙ୍କୁ କରଞ୍ଜିଆ ଥାନାରେ ଜିମା ଦିଆଯାଇଛି। ଏହି ଅମାନୁଷିକ ଘଟଣାକୁ ସବୁ ମହଲରୁ ନାପସନ୍ଦ କରାଯାଇଛି।
ଭିନ୍ନ ସଂପ୍ରଦାୟ ଯୁବତୀଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା ପ୍ରେମିକଙ୍କୁ ମାଡ଼ ମାରି ଲଣ୍ଡା କଲେ
/sambad/media/post_attachments/wp-content/uploads/2019/06/love-couple-1-1.jpg)
/sambad/media/agency_attachments/2024-07-24t043029592z-sambad-original.webp)