ଘରଲୋକ ଧାନ କାଟିବାକୁ ଯାଇଥିବା ସମୟରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ବାରିପଦା: ଗୋଟିଏ ଗଛରେ ପ୍ରେମୀଯୁଗଳ ଏକସଙ୍ଗେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ଧାନଶୋଳ ଉପକଣ୍ଠ ଲୋଧାସାହିରେ ଘଟିଛି ଏହି ଅଭାବନୀୟ ଘଟଣା।

ପ୍ରେମୀଯୁଗଳ ସମ୍ପର୍କରେ ଉଭୟ ମାଉସୀ ପୁଅ ଭାଇ ଏବଂ ମାଉସୀ ଝିଅ ଭଉଣୀ। ଘରଲୋକ ଧାନ କାଟିବାକୁ ଯାଇଥିବା ସମୟରେ ସେଦୁହେଁ ଗୋଟିଏ ଗଛରେଏକସଙ୍ଗେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ଖବର ପାଇ ଗୁରୁବାର ସକାଳେ କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧିକାରୀ ପ୍ରବୋଧ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏକସଙ୍ଗେ ଉଭୟଙ୍କ ଆତ୍ମହତ୍ୟାର ସଠିକ କାରଣ ଏ ଯାଏ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର