ହାତୁଡ଼ିରେ ଛେଚି ଦୁଇ ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ବାରିପଦା: ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କର ଉନ୍ମତ କାଣ୍ଡ | ଦୁଇ ସ୍ତ୍ରୀଙ୍କୁ ହତ୍ୟା କରି ଆତ୍ମହତ୍ୟା କରିଛି ବାରିପଦା ସଦରଥାନା ଅନ୍ତର୍ଗତ ତାଡକିଶୋଳ ଗ୍ରାମର ଶ୍ୟାମ ମାରାଣ୍ଡି |

ବାରିପଦାର ତାଡ଼କିଶୋଳ ଗାଁର ଶ୍ୟାମ ବିଳମ୍ବିତ ରାତିରେ ୨ ପତ୍ନୀଙ୍କୁ ହତ୍ୟା କରି ପାଖରେ ଥିବା ଏକ ଗଛରେ ଆତ୍ମହତ୍ୟା କରିଥିବାର ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି | ତେବେ ଶ୍ୟାମଙ୍କ ଶଳା ଥାନାରେ ଅଭିଯୋଗ କରିଛନ୍ତି ଯେ ଏହି ତିନିଜଣଙ୍କ ମୃତ୍ୟୁ ପଛରେ ଆଉ କାହାର ହାତ ରହିଛି ତିନିଜଣଙ୍କୁ ହତ୍ୟା କରି ଅଭିଯୁକ୍ତ ଫେରାର ହୋଇଯାଇଥିବାର ଶ୍ୟାମଙ୍କ ଶଳା ଏତଲାରେ ଦର୍ଶାଇଛନ୍ତି |

ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବାବେଳେ ଘଟଣାସ୍ଥଳରେ ବାରିପଦା ସଦର ଥାନା ପୋଲିସ ସହ ସାଇଣ୍ଟିଫିକ ଟିମ ତଦନ୍ତ କରୁଛି | ପୋଲିସର କହିବା କଥା ପାରିବାରିକ ସମସ୍ୟା ଯୋଗୁଁ ଦୁଇ ସ୍ତ୍ରୀଙ୍କୁ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିଲା | ଘର ଭିତରୁ ଦୁଇଜଣ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଘର ପାଖ ଗଛରେ ଝୁଲୁଥିବା ଅବସ୍ଥାରେ ଶ୍ୟାମଙ୍କ ମୃତଦେହ ଉଦ୍ଧାର ହୋଇଛି |

ଦୁଇଜଣ ମୃତକ ମହିଳାଙ୍କ ନାମ ହେଉଛି ଫୁଲମଣି ମାରାଣ୍ଡି, ସାଲଖୋ ମାରାଣ୍ଡି |

ପୋଲିସର ତଦନ୍ତ ଜାରିରହିଥିବାବେଳେ ରକ୍ତରେ ଜୁଡୁବୁଡୁ ହାତୁଡିକୁ ଜବତ କରିଛି |

ସମ୍ବନ୍ଧିତ ଖବର