ବିବାହିତ ଥାଇ ମଧ୍ୟ ନାବାଳିକାଙ୍କୁ ଅପହରଣ, ରସିକ ଯୁବକ ଗିରଫ

ବାରିପଦା : ପୂର୍ବରୁ ବିବାହିତ ଥାଇ ମଧ୍ୟ ଜଣେ ନାବାଳିକାଙ୍କୁ ଅପହରଣ ଓ ବିବାହ। ଅଭିଯୋଗର ମାତ୍ର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଯୁବକ ସନିଆ ସିଂ’କୁ କୁଳିଅଣା ଥାନା ଅଞ୍ଚଳରୁ ଗିରଫ କରିଛି ବାରିପଦା ଟାଉନ ଥାନା ପୁଲିସ୍‌ ।

ମିଳିଥିବା ସୂଚନା ଅନୁସାରେ ରସିକ ପ୍ରବୃତ୍ତିର ଅଭିଯୁକ୍ତ ସନିଆ ପୂର୍ବରୁ ବିବାହିତ । ଏହା ସ‌ତ୍ତ୍ବେ ପୀଡ଼ିତା ନାବାଳିକାଙ୍କୁ ଅପହରଣ କରି ବିବାହ କରିଥିଲେ। ପରେ ଏହି ଘଟଣା ସମ୍ପର୍କରେ ଜଣାପଡ଼ିବାରୁ ପୀଡ଼ିତାଙ୍କ ପରିବାର ପକ୍ଷରୁ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ତ୍ବରିତ କାର୍ଯ୍ୟାନୁଷ୍ଠାନ ପୂର୍ବକ ଟାଉନ୍‌ ଥାନା ପୁଲିସ ପୀଡ଼ିତାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଏନେଇ ଥାନାରେ କେସ୍‌ ନଂ-୧୫୨ ମୂଳେ ଦଫା ୩୬୩ରେ ଏକ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର