କୁଳିଅଣା : ଚାନ୍ଦୁଆ ଥାନା ଅନ୍ତର୍ଗତ ଝିନେଇ ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ସେହି ଗ୍ରାମର ନରେନ୍ଦ୍ର ପାତ୍ର(୨୩ ବର୍ଷ) ନାମକ ଯୁବକ ଦୁଷ୍ମର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ ଗତ ୧୩ ତାରିଖ ଅପରାହ୍ନରେ ମହିଳା ଜଣଙ୍କ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ସ˚ଗ୍ରହ ପାଇଁ ଯାଇଥିବା ବେଳେ ସେଠାରେ ଯୁବକ ଜଣଙ୍କ ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲା। ତେବେ ପୀଡ଼ିତାଙ୍କ ଚିତ୍କାର ଶୁଣି ଗ୍ରାମବାସୀମାନେ ଆସିଯିବାରୁ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା। ଏ ନେଇ ଗତ ୧୫ ତାରିଖ ଦିନ ପୀଡ଼ିତାଙ୍କ ଏତଲା କ୍ରମେ ତାଙ୍କର ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବୟାନ ରେର୍କଡ କରାଯାଇଛି। ଚାନ୍ଦୁଆ ପୁଲିସ କେସ୍ ନ˚.୪୨/୧୮ରେ ମାମଲା ରୁଜୁ କରିଛି। ତେବେ ଅଭିିଯୁକ୍ତ ଜଣକ ଏବେ ଯାଏ ଫେରାର୍ ଥିବା ଜଣାପଡ଼ିଛି।