ସରସ୍ବତୀ ଶିଶୁ ମନ୍ଦିର ଓ ଘରୋଇ ସ୍କୁଲ୍ ଆଗରେ: ପଛରେ ପଡ଼ିଲେ ସରକାରୀ ଶିକ୍ଷାନୁଷ୍ଠାନ

ବାରିପଦା: ଚଳିତ ବର୍ଷ ପ୍ରଚଳିତ ହୋଇଥିବା ବିକଳ୍ପ ବ୍ୟବସ୍ଥା ଅନୁଯାୟୀ ମାଟ୍ରିକ୍ ପରୀକ୍ଷା ଫଳରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ସରସ୍ବତୀ ଶିଶୁ ମନ୍ଦିର ଏବଂ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରମୁଖ ସରକାରୀ ହାଇସ୍କୁଲ୍ ଅପେକ୍ଷା ଉତ୍ତମ ପ୍ରଦର୍ଶନ କରିଛନ୍ତି। ଜିଲ୍ଲାରେ ୮୧ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସରସ୍ବତୀ ଶିଶୁ ମନ୍ଦିର, ବାରିପଦାରୁ ସର୍ବାଧିକ ୯ଜଣ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାରିପଦାରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ସାଇ ବିଦ୍ୟାମନ୍ଦିରରୁ ଦ୍ବିତୀୟ ସର୍ବାଧିକ ୭ଜଣ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଜିଲ୍ଲାର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଏମକେସି ଉଚ୍ଚବିଦ୍ୟାଳୟରୁ ୨ଜଣ ଏ-୧ରେ କୃତକାର୍ଯ୍ୟ ହୋଇଛନ୍ତି। ବାରିପଦା ଅଞ୍ଚଳରେ ଥିବା ଅନ୍ୟ ଦୁଇଟି ଘରୋଇ ଶିକ୍ଷାନୁଷ୍ଠାନରୁ ମଧ୍ୟ ଏ-୧ ଗ୍ରେଡରେ ରହିଛନ୍ତି। ସେହିପରି ଜିଲ୍ଲାର ରାଇରଙ୍ଗପୁର ଏବଂ ଅନ୍ୟାନ୍ୟ ଶିଶୁ ମନ୍ଦିର ଛାତ୍ରଛାତ୍ରୀମାନେ ମଧ୍ୟ ଏ-୧ ଗ୍ରେଡରେ କୃତକାର୍ଯ୍ୟ ହୋଇଛନ୍ତି। ମାତ୍ର ଜିଲ୍ଲାର ଅନ୍ୟାନ୍ୟ ପ୍ରମୁଖ ସରକାରୀ ଉଚ୍ଚ ବିଦ୍ୟାଳୟରୁ କିନ୍ତୁ ସେପରି ଆଖିଦୃଶିଆ ଏ-୧ ଗ୍ରେଡ୍ ହାସଲ କରିପାରିନାହାନ୍ତି।

 

ସମ୍ବନ୍ଧିତ ଖବର