ବାଲେଶ୍ବର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା‌ରେ ବାଲେଶ୍ବର ଜିଲ୍ଲାରେ ପାସ୍‌ ହାର ରହିଛି ୯୬.୦୫ ପ୍ରତିଶତ। ବାଲେଶ୍ୱରରେ ସବୁଠୁ ଅଧିକ ଛାତ୍ରଛାତ୍ରୀ ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଲ୍ଲାରେ ଏ-୧ ଗ୍ରେଡ୍‌ରେ ୭୫୦ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ-୨ ଗ୍ରେଡ୍‌ରେ ୪୦୫୫, ବି-୧ ଗ୍ରେଡ୍‌ରେ ୬୨୨୩, ବି-୨ ଗ୍ରେଡ୍‌ରେ ୬୦୭୮, ସି ଗ୍ରେଡ୍‌ରେ ୫୨୭୭, ଡି ଗ୍ରେଡ୍‌ରେ ୪୧୨୪, ଇ ଗ୍ରେଡ୍‌ରେ ୨୭୬୦ ଓ ଏଫ ଗ୍ରେଡ୍‌ରେ ୩୫୬ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

Advertisment

ମୟୂରଭଞ୍ଜ ଜିଲ୍ଲାରେ ପାସ୍‌ ହାର ରହିଛି ୯୫.୩୯ ପ୍ରତିଶତ। ଜିଲ୍ଲାରେ ଏ-୧ ଗ୍ରେଡରେ ୧୨୯ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ-୨ ଗ୍ରେଡ୍‌ରେ ୯୧୯, ବି-୧ ଗ୍ରେଡ୍‌ରେ ୨୯୩୪, ବି-୨ ଗ୍ରେଡ୍‌ରେ ୫୭୨୭, ସି ଗ୍ରେଡ୍‌ରେ ୮୩୮୦, ଡି ଗ୍ରେଡ୍‌ରେ ୮୭୭୬, ଇ ଗ୍ରେଡ୍‌ରେ ୫୯୬୬ ଓ ଏଫ ଗ୍ରେଡ୍‌ରେ ୫୬୬ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ସେହିପରି ଭଦ୍ରକ ଜିଲ୍ଲାରେ ପାସ୍‌ ହାର ରହିଛି ୯୬.୩୫ ପ୍ରତିଶତ। ଜିଲ୍ଲାରେ ଏ-୧ ଗ୍ରେଡରେ ୧୭୦ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ-୨ ଗ୍ରେଡ୍‌ରେ ୯୩୧, ବି-୧ ଗ୍ରେଡ୍‌ରେ ୨୦୫୯, ବି-୨ ଗ୍ରେଡ୍‌ରେ ୩୬୭୬, ସି ଗ୍ରେଡ୍‌ରେ ୪୭୯୫, ଡି ଗ୍ରେଡ୍‌ରେ ୪୭୬୨, ଇ ଗ୍ରେଡ୍‌ରେ ୩୭୭୬ ଓ ଏଫ ଗ୍ରେଡ୍‌ରେ ୩୮୦ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ଉଲ୍ଲେଖ ଥାଉକି ଗତବର୍ଷ ମାଟ୍ରିକ୍‌ ପରୀକ୍ଷା‌ରେ ବାଲେଶ୍ବର ଜିଲ୍ଲା ସମଗ୍ର ରାଜ୍ୟରେ ରେକର୍ଡ ସୃଷ୍ଟି କରିଥିଲା। ଜିଲ୍ଲାର ସବୁଠୁ ଅଧିକ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ। ଜିଲ୍ଲାରେ ପାସ୍‌ହାର ରହିଥିଲା ୯୦.୬୯ ପ୍ରତିଶତ। ୩୨୭୧୧ ଛାତ୍ରଛାତ୍ରୀ ମାଟ୍ରିକ୍‌ ପରୀକ୍ଷା ପାଇଁ ନାମ ପଞ୍ଜୀକରଣ କରିଥିବା ବେଳେ ୨୯୯୨୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ୨୭୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ଏ-୧ ଗ୍ରେଡ୍‌ରେ ୧୫୦୩ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ-୨ ଗ୍ରେଡ୍‌ରେ ୭୨୦୧, ବି-୧ ଗ୍ରେଡ୍‌ରେ ୮୩୮୭, ବି-୨ ଗ୍ରେଡ୍‌ରେ ୬୩୮୨, ସି ଗ୍ରେଡ୍‌ରେ ୩୮୪୧, ଡି ଗ୍ରେଡ୍‌ରେ ୧୯୧୦, ଇ ଗ୍ରେଡ୍‌ରେ ୪୪୦ ଓ ଏଫ ଗ୍ରେଡ୍‌ରେ ୨୫୮ ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିଲେ।