ମୟୂରଭଞ୍ଜ: ସିମେଣ୍ଟ୍‌ ଟ୍ରକ୍‌- ସାଇକେଲ୍‌ ଧକ୍କାରେ ସ୍ତ୍ରୀ ମୃତ; ସ୍ୱାମୀ ଆହତ

ମୟୂରଭଞ୍ଜ: ରାଇରଙ୍ଗପୁର- ବିଶୋଇ ୫୦ ନମ୍ବର ଜାତୀୟ ରାଜପଥର ଜାମିରଡିହା ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଗୋଟିଏ ସିମେଣ୍ଟ୍‌ ଟ୍ରକ୍‌ ଏବଂ ସାଇକେଲ୍‌ ମଧ୍ୟରେ ଧକ୍କା ଲାଗିବାରୁ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ତାଙ୍କ ସ୍ୱାମୀ ସାମାନ୍ୟ ଆହତ ହୋଇଛନ୍ତି।

ମୃତା ମହିଳାଙ୍କ ନାଁ ନନ୍ଦିନୀ ସି ଏବଂ ତାଙ୍କ ସ୍ୱାମୀଙ୍କ ନାଁ ସୁରଥ ସି। ସେମାନେ ବିଶୋଇ ବ୍ଲକ୍‌ ଅନ୍ତର୍ଗତ ମାଣିଚ ଗ୍ରାମର ବାସିନ୍ଦା।

ସ୍ୱାମୀସ୍ତ୍ରୀ ବିଶୋଇ ଡାକ୍ତରଖାନାରୁ ସାଇକେଲ୍‌ ଯୋଗେ ଫେରୁଥିଲେ। ଜମିରଡିହା ଠାରେ ବିପରୀତ ପଟୁ ଆସୁଥିବା ଟ୍ରକ୍‌ ସାମ୍ନାରେ ଭାରସାମ୍ୟ ହରାଇ ସାଇକେଲ୍‌ଟି ଓଲଟି ପଡ଼ିବାରୁ କ୍ୟାରିଅର୍‌ରେ ବସିଥିବା ନନ୍ଦିନୀ ରାସ୍ତାରେ ପଡ଼ିଯାଇଥିଲେ ଏବଂ ଟ୍ରକ୍‌ ତାଙ୍କ ମୁଣ୍ଡ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ସ୍ତ୍ରୀ ନନ୍ଦିନୀଙ୍କର ମୃତ୍ୟୁ ଘଟିଛି। ସାମନ୍ୟ ଆହତ ସ୍ୱାମୀ ସୁରଥଙ୍କୁ ବିଶୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ସେ ଘରକୁ ଫେରିଥିବା ପ୍ରକାଶ।

ସିମେଣ୍ଟ୍‌ ନେଇ ଟ୍ରକ୍‌ଟି ଟାଟାରୁ ବିଶୋଇ ଅଭିମୁଖେ ଯାଉଥିଲା। ଟ୍ରକ୍‌ ଡ୍ରାଇଭର୍‌ ଅଶୋକ କୁମାର ଓ ହେଲ୍‌ପର୍‌ ଜୟପ୍ରକା ଗିରିଙ୍କୁ ପୁଲିସ ଗିରଫ କରିଛି। ଉଭୟଙ୍କ ଘର ବିହାରର ହାଜିପୁର ଅଞ୍ଚଳରେ।
ନନ୍ଦିନୀଙ୍କ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି।

ସମ୍ବନ୍ଧିତ ଖବର