ମୟୂରଭଞ୍ଜ ମହାଲଢେଇରେ କିଏ ମାରିବ ବାଜି ? ଜାଣନ୍ତୁ ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନରେ ପ୍ରମୁଖ ପ୍ରାର୍ଥୀ କିଏ

ଆଜି ଭେୋଟ। ମତଦାତା କରିବେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ। ମୟୂରଭଞ୍ଜ ମହାଲଢେଇରେ କିଏ ମାରିବ ବାଜି ? ପ୍ରତି ନିର୍ବାଚନରେ ନେତା ବଦଳାଉଥିବା ମୟୂରଭଞ୍ଜବାସୀ ଏଥର କାହାକୁ ପଲ୍ଲୀରୁ ଦିଲ୍ଲୀ ପଠାଇବେ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଏଠାରେ ରାଜ୍ୟର ୩ ପ୍ରମୁଖ ଦଳଙ୍କ ବ୍ୟତୀତ ଜେଏମଏମର ମଧ୍ୟ ଅଧିକାଂଶ କ୍ଷେତ୍ରରେ ପ୍ରାର୍ଥୀ ଦେଇଛି । ଜେଏମଏମ ମଧ୍ୟ ଏହି ଆସନରୁ ଗୋଟିଏ ଥର ବିଜୟର ସ୍ୱାଦ ଚାଖିଛି । ଚଳିତ ଥର ମଧ୍ୟ କଂଗ୍ରେସ ସମର୍ଥନରେ ଜେଏମଏମ ଏଠାରେ ନିଜର ଯୋଦ୍ଧାଙ୍କୁ ମୈଦାନକୁ ଓହ୍ଲାଇଛି । ସେହିଭଳି ନୂଆ ମୁହଁ ସହ ବିଜେଡି-ବିଜେପି ମଧ୍ୟ ମୟୂରଭଞ୍ଜ ମଇଦାନକୁ ଓହ୍ଲାଇଛନ୍ତି । ଏହା ଅନ୍ତର୍ଗତ ୭ ବିଧାନସଭା ଆସନ ଯଶୀପୁର,ସାରସକଣା, ରାଇରଙ୍ଗପୁର, ବାଙ୍ଗିରୀପୋଷୀ, ଉଦଳା, ବାରିପଦା ଓ ମୋରଡାରେ ମଧ୍ୟ ତ୍ରିମୁଖୀ ପ୍ରତିନ୍ଦ୍ବନ୍ଦ୍ବିତା ହେଉଛି। ଆସନ୍ତୁ ଜାଣିବା ମୟୂରଭଞ୍ଜ ଲୋକସଭା ଓ ଏହା ଅନ୍ତର୍ଗତ ୭ ବିଧାନସଭା ଆସନରେ କିଏ ହୋଇଛନ୍ତି ପ୍ରାର୍ଥୀ।

 

ସମ୍ବନ୍ଧିତ ଖବର