ମୟୁରଭଞ୍ଜରେ ୯ରେ ସ୍ଥିର ପଜିଟିଭଙ୍କ ସଂଖ୍ୟା, ଗୋଟିଏ ଦିନରେ ଆସିଲା ୨୨୫ ରିପୋର୍ଟ

ଯୋଗାଭ୍ୟାସ ଓ ବଗିଚା କାମ କରୁଛନ୍ତି ସଙ୍ଗରୋଧ ଅନ୍ତେବାସୀ

ବାରିପଦା: ମୟୂରଭଞ୍ଜରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ଯୋଗାଭ୍ୟାସର ବ୍ୟବସ୍ଥା କରାଯାଇଛି। ଅନ୍ତେବାସୀମାନେ ସଙ୍ଗରୋଧ କେନ୍ଦ୍ରରେ ଯୋଗାଭ୍ୟାସ ସହିତ ବଗିଚା କାମ ମଧ୍ୟ କରୁଛନ୍ତି। ସେମାନଙ୍କୁ ସେଠାରେ ସ୍ବଚ୍ଛ ପରିବେଶ ସହିତ ଦିନଚର୍ଯ୍ୟା ନିମନ୍ତେ ବିଭିନ୍ନ ବ୍ୟବସ୍ଥା କରାଯାଉଥିବା ଜିଲ୍ଲାପାଳ ବିନୀତ ଭରଦ୍ବାଜ ସୂଚନା ଦେଇଛନ୍ତି। ଆଜିସୁଦ୍ଧା କରୋନା ପରୀକ୍ଷା ପାଇଁ ଯାଇଥିବା ୨୯୨୯ ନମୁନାରୁ ୨୫୩୭ର ରିପୋର୍ଟ ଆସିଛି।

ମାତ୍ର ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୯ରେ ସ୍ଥିର ରହିଛି। ଯାହାକି ଆଶ୍ବସ୍ତିର ବିଷୟ ପାଲଟିଛି। ଆଜି ଜିଲ୍ଲାର ୨୨୫ଟି ନମୁନାର ରିପୋର୍ଟ ହସ୍ତଗତ ହୋଇଥିଲା। ସମସ୍ତ ରିପୋର୍ଟ ନେଗେଟିଭ୍ ରହିଛି। ୩୯୨ ନମୁନାର ରିପୋର୍ଟ ଆସିନାହିଁ। ଜିଲ୍ଲାକୁ ଏବେ ପ୍ରତିଦିନ ସଂଖ୍ୟାଧିକ ପ୍ରବାସୀ ଓଡ଼ିଆ ଫେରିବାକୁ ଲାଗୁଛନ୍ତି। ସମସ୍ତଙ୍କୁ ନିକଟସ୍ଥ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉଛି।

ସୁରତ ଓ ମହାରାଷ୍ଟ୍ରରୁ ଫେରୁଥିବା ପ୍ରବାସୀଙ୍କୁ ବ୍ଲକ୍ ମୁଖ୍ୟାଳୟରେ ସଙ୍ଗରୋଧରେ ରଖାଯାଉଛି। ଆଜିସୁଦ୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ସମସ୍ତ ୯ କରୋନା ଆକ୍ରାନ୍ତ ସୁରତ ଫେରନ୍ତା। ସମସ୍ତେ କପ୍ତିପଦା ବ୍ଲକର ହୋଇଥିବାରୁ ଜିଲ୍ଲାରେ ସୁରତ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର