ରାଇରଙ୍ଗପୁର: ବନ୍ଯପ୍ରାଣୀ ସପ୍ତାହର ଉଦ୍ଯାପନୀ ଦିବସରେ ମୁଖ୍ୟ ଅତିଥି ସାଂସଦ ନବଚରଣ ମାଝୀ କହିଛନ୍ତି, ବୃକ୍ଷ ହେଉଛି ଅମୂଲ୍ଯ ସମ୍ପଦI ଆମେ ଯେତେ ପାରିବା ବୃକ୍ଷ ଲଗାଇବା ଉଚିତI ଆଜିକାଲି ଜଙ୍ଗଲ ନଷ୍ଟ ହେଉଥିବାରୁ ବନ୍ଯପ୍ରାଣୀମାନେ ଗାଁ ମୁହାଁ ହେଉଛନ୍ତିI ଗାଁ ଲୋକମାନଙ୍କର ଧନଜୀବନ ହାନି ଘଟୁଛିI ତେଣୁ ଆମେ ଜଙ୍ଗଲ ନଷ୍ଟ ନ କରି ଜଙ୍ଗଲ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିବା ଉଚିତI ଏହାଫଳରେ ପରିବେଶ ମଧ୍ଯ ସୁଦୃଢ଼ ହୋଇପାରିବI
ଅକ୍ଟୋବର ୨ ତାରିଖ ଠାରୁ ୮ ତାରିଖ ପର୍ଯ୍ଯନ୍ତ ପାଳନ କରାଯାଇଛିI ଏହି ଅବସରରେ ମୟୂରଭଞ୍ଜଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ୭୧ ତମ ବନ୍ଯପ୍ରାଣୀ ସପ୍ତାହ ଡିଏଫଓ ସୁବ୍ରତ କୁମାର ପାତ୍ରଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ତାହାର ଉଦ୍ଯାପନୀ ସମାବେଶ ବନ୍ଯ କର୍ମକର୍ତ୍ତାମାନଙ୍କ ଦ୍ବାରା ଆୟୋଜିତ ହୋଇଯାଇଛିI
ସମାରୋହରେ ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ, ମୁଖ୍ଯବକ୍ତା ଭାବେ ପରିବେଶବିତ୍ ଲଳିତ କୁମାର ମହାନ୍ତ, ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ମନୋଜ ଦାସ, ପୂର୍ବତନ ଅବୈତନିକ ବନ୍ଯପ୍ରାଣୀ ତତ୍ତ୍ୱାବଧାରକ ପ୍ରଦୀପ୍ତ କବି ପ୍ରମୁଖ ଯୋଗ ଦେଇଥିଲେI ସମ୍ମାନିତ ଅତିଥି ପ୍ରଦୀପ୍ତ କବି ଜଙ୍ଗଲ ଲୋପ ନକଲେ ବନ୍ଯପ୍ରାଣୀ ସୁସହାବସ୍ଥାନ ଭାବେ ରହିପାରିବେ ବୋଲି କହିଥିବା ବେଳେ ମୁଖ୍ଯବକ୍ତା ଲଳିତ କୁମାର ମହାନ୍ତ ବନ୍ଯପ୍ରାଣୀ ସୁରକ୍ଷିତ ରହିଲେ ପରିବେଶ ସୁସ୍ଥସୁନ୍ଦର ହୋଇପାରିବI
ଉପଖଣ୍ଡ ବନଖଣ୍ଡ ଅଧିକାରୀ ସୁବ୍ରତ କୁମାର ପାତ୍ର ବନ୍ଯଜନ୍ତୁଙ୍କୁ କିପରି ସୁରକ୍ଷା ଦେଇହେବ ଏବଂ ଜୈବ ବିବିଧତାର ସୁରକ୍ଷା ଉପରେ ଆଲୋକପାତ କରିଥିଲେI
ଏହି ଅବସରରେ ରାଇରଙ୍ଗପୁର ସରକାରୀ ଉଚ୍ଚ ବିଦ୍ଯାଳୟ ଓ ରାଇରଙ୍ଗପୁର ବାଳିକା ଉଚ୍ଚ ବିଦ୍ଯାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲାI ଅତିଥିଗଣ କୁତୀ ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦେଇ ପୁରସ୍କୃତ କରିଥିଲେI ଉକ୍ତ ବୈଠକରେ ଏସିଏଫ୍ ପ୍ରଭାକର ମଲ୍ଲିକ, ରଞ୍ଜନ ବେହେରା, ମଣଦା ରେଜ ଇନଚାର୍ଯ୍ଯ ଏସିଏଫ୍ ଧରିଚ୍ରୀ ମୁର୍ମୁ, ରାଇରଙ୍ଗପୁର ରେଂଜର ଜ୍ଯୋତି ରଂଜନ ସେନାପତି, ବିଶୋଇ ଇନଚାର୍ଯ୍ଯ ରେଂଜର କ୍ଷୀରୋଧ ଚନ୍ଦ୍ର ସିଂ, ବାଦାମପାହାଡ ରେଂଜର ଅଜିତ ମହାନ୍ତି, ରାଇରଙ୍ଗପୁର ଫରେଷ୍ଟର ବିପିନ ଚନ୍ଦ୍ର ବେହେରା, ଫରେଷ୍ଟ ଗାର୍ଡ ଦୁଷ୍ମନ୍ତ ଦାସ ଓ ଗୋରୁମହିଷାଣୀ ଫରେଷ୍ଟ ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେI ଏଥିରେ ରାଇରଙ୍ଗପୁର ବନଖଣ୍ଡର ସମସ୍ତ ବନ୍ଯକର୍ମଚାରୀ ଯୋଗ ଦେଇଥିଲେI ଶେଷରେ ଶିକ୍ଷକ ରଂଜନ କୁମାର ନନ୍ଦ ସଭା ପରିଚାଳନା ସହିତ ଧନ୍ଯବାଦ ଅର୍ପଣ କରିଥିଲେI
Mayurbhanj
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/08/rairangpur-2025-10-08-22-20-48.jpg)