ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ ଅସୁସ୍ଥ

ବାରିପଦା : ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ ସାମାନ୍ୟ ଅସୁସ୍ଥ ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଶ୍ରୀ ଟୁଡୁ ପ୍ରଥମେ ପିଆରଏମ୍ ହସ୍ପିଟାଲକୁ ପରୀକ୍ଷା ପାଇଁ ଆସିଥିଲେ। ତେବେ ପରେ ଉନ୍ନତ ଚିକିତ୍ସା ନିମନ୍ତେ ଭୁବନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲକୁ ଯାଇଥିବା ଜଣାପଡ଼ିଛି । ପିଆରଏମରେ ସାଂସଦଙ୍କର ଆଣ୍ଟିଜେନ୍ ଟେଷ୍ଟ୍ ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ସେ କିଛିଦିନ ପୂର୍ବରୁ ପଶ୍ଚିମବଙ୍ଗରୁ ନିର୍ବାଚନ ପ୍ରଚାର ସାରି ଫେରିଥିଲେ ।

ସମ୍ବନ୍ଧିତ ଖବର