ଚିତ୍ରଡ଼ା: କରୋନା କଟକଣା ସହିତ ଚଳିତ ବର୍ଷ ଦୀପାବଳିରେ ବାଣ ବିକ୍ରି ଉପରେ ଉପରେ ଏବଂ ବାଣ ଫୁଟାଇବା ଉପରେ ମଧ୍ୟ ସରକାର କଟକଣା ଲଗାଇଛନ୍ତି। ତେବେ ସରକାରଙ୍କ କଟକଣାକୁ ନ ମାନି ଆଜି ଦୀପାବଳିରେ ବାଣ ବିକ୍ରି କରୁଥିବା ୪ ଜଣ ବେପାରୀଙ୍କ ବାଣ ଜବତ କରିବା ସହିତ ସେମାନଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

Advertisment

ଖବରରୁ ପ୍ରକାଶ କି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅନ୍ତର୍ଗତ ସାନମୁଣ୍ଢାବଣି ହାଟରେ ବାଣ ବିକ୍ରି ହେଉଥିବାର ଖବର ପାଇ ମୋରଡ଼ା ଥାନା ପୁଲିସ ଘଟଣାସ୍ଥଳରେ ଚଢ଼ଉ ପାଇଁ ପହଞ୍ଚିଥିଲା। ବାଣ ବିକ୍ରି କରୁଥିବା ସମୟରେ ପୁଲିସ ଚଢ଼ଉ କରି ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅଙ୍ଗାରଗଡ଼ିଆ ଗ୍ରାମର ଧନୁର୍ଦ୍ଧର ସାହୁ (୪୯),ଶୁଳିଆପଦା ଥାନା ଅନ୍ତର୍ଗତ ବଡ଼ଭାଲିଆ ଗ୍ରାମର ପଦ୍ମଲୋଚନ ବାବୁ (୪୬) ଏବଂ ଶୁଳିଆପଦା ଥାନା ଅନ୍ତର୍ଗତ କୋଷ୍ଠା ଗ୍ରାମର ଶିବ ଚରଣ ଦତ୍ତ (୪୫) ଙ୍କୁ ପୁଲିସ ଗିରଫ କରିବା ସହିତ ତିନିଜଣ ବାଣ ଦୋକାନୀଙ୍କ ଠାରୁ ପ୍ରାୟ ୧୦ ହଜାର ଟଙ୍କାର ବାଣ ଜବତ କରିବା ସହିତ ଏନେଇ ୧୭୫/୨୦ରେ ଏକ ମାମଲା ଆଜି ରୁଜୁ କରିଥିବା ଜଣାପଡ଼ିଛି।
ସେହିଭଳି ଝିଙ୍କିରିଆ ଠାରେ ବାଣ ବିକ୍ରି ହେଉଥିବାର ଖବର ପାଇ ପୁଲିସ ଚଢ଼ଉ କରି ବାଣ ବିକ୍ରି କରୁଥିବା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ପିଣ୍ଟୁ ତରେଇ (୩୪)ଙ୍କୁ ପୁଲିସ ଗିରଫ କରିବା ସହିତ ପ୍ରାୟ ୫ ହଜାର ଟଙ୍କାର ବାଣ ଜବତ କରି ଏନେଇ ୧୭୬/୨୦ ରେ ଆଉ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

publive-image

ଠିକ୍ ସେହିପରି ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକର ଦିହୁଡି ଆନନ୍ଦପୁର ଅଞ୍ଚଳର କିଛି ବାଣ ଦୋକାନ ଉପରେ ଚଢ଼ଉ କରି ଧାମନଗର ପୁଲିସ ବିପୁଳ ପରିମାଣର ବାଣ ଜବତ କରିଥିବା ବେଳେ ବାଣ ଦୋକାନୀଙ୍କୁ ଗିରଫ କରିଛି।