ମୟୂରଭଞ୍ଜ: ମାଆକୁ ଆକ୍ରମଣ କରି ହତ୍ୟା କଲା ପୁଅ

ରାସଗୋବିନ୍ଦପୁର: ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଚାକୁଳିଆ ଗ୍ରାମରେ ଜନ୍ମ କଲା ମା ଙ୍କୁ କୁରାଢ଼ିରେ ହାଣିଲା ପୁଅ। ଅଭିଯୁକ୍ତ ପୁଅ ଜଣକ ଲୋସ ହେମ୍ବ୍ରମ୍। ମୃତକ ମା ହେଲେ ଗୁରୁବାରି ହେମ୍ବ୍ରମ୍। ଖବର ପାଇ ରାସଗୋବିନ୍ଦପୁର ଥାନା ଅଧିକାରୀଣୀ ଲୋପାମୁଦ୍ରା ନାୟକ ଘଟଣାସ୍ଥଳରେ ପହଞ୍ଚି ଅଭିୟୁକ୍ତ ପୁଅକୁ ଗିରଫ କରିଛନ୍ତି।

ଘଟଣା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଘରୋଇ ବଚସାକୁ ନେଇ ନିଶାସକ୍ତ ପୁଅ ପାଖରେ ଥିବା ଏକ ଧାରୁଆ କୁରାଢ଼ିରେ ମା’ର ମୁଣ୍ଡ ଉପରକୁ ଆକ୍ରମଣ କରିଥିଲା। ତେବେ ଘର ଭିତରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ମା’ଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳୁ ଗ୍ରାମବାସୀ ଖବର ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୁଲିସ୍‌ ପହଞ୍ଚି ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ କୁରାଢ଼ି ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର