ବୈଶିଙ୍ଗା: ପରକୀୟା ପ୍ରୀତି ସନ୍ଦେହରେ ୨୪ ବର୍ଷୀୟ ଯୁବକଙ୍କୁ ଶାବଳରେ ଭୁଷି ହତ୍ୟା ଅଭିଯୋଗ

ବୈଶିଙ୍ଗା: ବୈଶିଙ୍ଗା  ଥାନା ଅଧୀନସ୍ଥ ବଦଲପୁରଠାରେ ଗତକାଲି ରାତ୍ରୀରେ ଦୁଲାଲ ସୋରେଙ୍ଗ ପୁଅ ବାଦଲ ସୋରେନ (୨୪)ଙ୍କୁ ଶାବଳରେ ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡ ରାବଣ ମାରାଣ୍ଡିଙ୍କ ଘରେ ଘଟିଛି ବୋଲି ସୂଚନା ରହିଛି ।

ଅଭିଯୋଗ ହୋଇଛି ଯେ ବାଦଲ ଅନୈତିକ ସମ୍ପର୍କ ପାଇଁ ରାବଣଙ୍କ ଘରକୁ ପଶିଥିବା ବେଳେ ଧରା ପଡ଼ିଥିଲେ। ରାବଣ ମାରାଣ୍ଡି ଓ ତାଙ୍କର ପୁତ୍ର କଟିଆ ମାରାଣ୍ଡି ଓ ଅନ୍ୟମାନେ ବାଦଲକୁ ବାନ୍ଧି ରଖି ନିସ୍ତୁକ ମାଡ଼ ମାରିଥିଲେ । ପରେ ଶାବଳ ମାଡ଼ରେ ବାଦଲଙ୍କ ମୃତ୍ୟୁ ଘଟିଛି । ବୈଶିଙ୍ଗା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ରାବଣ ଓ କଟିଆ ଅଟକ ରହିଛନ୍ତି। ବୈୖଜ୍ଞାନିକ ଦଳ ପହଞ୍ଚିିବା ପରେ ଘଟଣାର ଅଧିକ ତଦନ୍ତ ହେବ।

ସମ୍ବନ୍ଧିତ ଖବର