ବାରିପଦା : ବାରିପଦାସ୍ଥିତ ନେସ୍କୋର ଡିଜିଏମ୍ (ଇଏଚ୍ଟି ଓ ଆଣ୍ଡ ଏମ୍) ଯଶୋବନ୍ତ ନାରାୟଣ ଚୌଧୁରୀ ଜଣେ ଲୋକଙ୍କଠାରୁ ୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବାରିପଦା ସହରର କାର୍ତ୍ତିକେଶ୍ୱର ଦତ୍ତ ନେସ୍କୋରେ ନିଜର ବଲେରୋ ଗାଡ଼ି ଭଡ଼ାରେ ଲଗାଇଥିଲେ। ସେ ଦୀର୍ଘ ଦୁଇମାସ ଧରି ଭଡ଼ା ବାବଦକୁ ୪୫ ହଜାର ଟଙ୍କା ପାଇବାର ଥିଲା। ମାତ୍ର ତାଙ୍କ ପ୍ରାପ୍ତି ଟଙ୍କା ତାଙ୍କୁ ମିଳୁ ନଥିଲା। ଡିଜିଏମ୍ ଚୌଧୁରୀ ତାଙ୍କୁ ବାରମ୍ବାର ଦଉଡ଼ାଉଥିଲେ। ୩ ହଜାର ଟଙ୍କା ଦେଲେ ତାଙ୍କର ବଲେରୋ ବିଲ୍ ପାସ୍ ହୋଇଯିବ ବୋଲି କହିଥିଲେ। ଏହାପରେ କାର୍ତ୍ତିକେଶ୍ୱର ଏ ବିଷୟରେ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଯୋଜନା ଅନୁଯାୟୀ, ଆଜି ଦିନ ୧୨ଟାେବେଳେ ବାରିପଦା ଭିଜିଲାନ୍ସ ଡିଏସ୍ପି ସଂଜୟ କୁମାର ଦାସମହାପାତ୍ରଙ୍କ ନେୃତ୍ଵରେ ଏକ ଟିମ୍ ଜଗିରହିଥିଲେ। ଲାଞ୍ଚ ଟଙ୍କା ନେବାବେଳେ ଡିଜିଏମ୍ ଚୌଧୁରୀଙ୍କୁ କାବୁ କରିଥିଲେ। ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଛି।
୩ ହଜାର ଟଙ୍କା ଲାଞ୍ଚ ନେଇ ନେସ୍କୋ ଡିଜିଏମ୍ ଗିରଫ
/sambad/media/post_attachments/wp-content/uploads/2017/10/Vigilance-trap.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)