ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଲେ ଛାତ୍ର, ପାଦରେ ଚାଲିଲେ ୧୫ କିଲୋମିଟର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାରିପଦାଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜିଲ୍ଲାର ଶ୍ୟାମଖୁଣ୍ଟା ବ୍ଲକ ଅଧୀନରେ ଥିବା କେନ୍ଦୁଆ ନୋଡାଲ୍‌ ସ୍କଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାମରେ ଅଭିଯୋଗ ଆଣିବା ପାଇଁ ସ୍କୁଲ୍‌ର ୧୭ ଜଣ ଛାତ୍ର ପ୍ରାୟ ୧୫ କିଲୋମିଟର ଚାଲି ଚାଲି ଯାଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିବା ସୂଚନା ରହିଛି।

ପିଲାମାନେ ଅଭିଯୋଗ କରି କହିଛନ୍ତି ଯେ ସ୍କୁଲ୍‌ର ପ୍ରଧାନ ଶିକ୍ଷୟିତ୍ରୀ ସେମାନଙ୍କୁ ମାନସିକ ନିର୍ଯାତନା ଦେବା ସହ ଖାଇବାକୁ ମଧ୍ୟ ଠିକ୍‌ ଭାବେ ଦିଅନ୍ତି ନାହିଁ। କୁନି କୁନି ପିଲାମାନେ ନିଜ ଅଭିଯୋଗ ଶୁଣାଇବା ପାଇଁ ଦୀର୍ଘ ୧୫ କିଲୋମିଟର ରାସ୍ତା ଚାଲି କରି ଯିବା ପରେ ବି ଜିଲ୍ଲାପାଳ କିମ୍ବା ଜିଲ୍ଲା ଅଧିକାରୀଙ୍କ ଦେଖା ନାହିଁ। ଏପଟେ ସମସ୍ୟାର ସମାଧାନ ନ ହେଲେ ଘରକୁ ଫେରିବେ ନାହିଁ ବୋଲି ଛାତ୍ରମାନେ ଅଡ଼ି ବସିଛନ୍ତି। ଏ ସଂପର୍କରେ ଡିଡବ୍ଲୁଓ ସ୍କୃତି ରଞ୍ଜନ ବେହେରାଙ୍କୁ ପଚରା ଯାଇଥିଲେ ବି ସେ କୌଣସି ପ୍ରକାର ପ୍ରତିକ୍ରିୟା ନ ରଖି ସ୍ଥାନ ଛାଡ଼ି ପଳାଇ ଯାଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର