ଉତ୍ତର ଓଡ଼ିଶାରେ ୬ ପଦ ପାଇଁ ଉପନିର୍ବାଚନ:ସରିଲା ମତଦାନ; ଫଳ‌ାଫଳ ଆଜି

ବିଜାତଳା ଜିଲ୍ଲା ପରିଷଦ ଉପରେ ସଭିଙ୍କ ନଜର

ବାଲେଶ୍ବର: ଉତ୍ତର ଓଡ଼ିଶାରେ ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ୬ଟି ଭିନ୍ନଭିନ୍ନ ପଦ ପାଇଁ ଆଜି ଉପନିର୍ବାଚନ ଶେଷ ହୋଇଛି। ମୟୂରଭ˚ଜ ଜିଲ୍ଲା ବିଜାତଳା ବ୍ଲକ୍‌ ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ସହ କପ୍ତିପଦା ବ୍ଲକ୍‌ ମଝିଗିଡ଼ଆ ସରପଞ୍ଚ, ବେତନଟୀ ବ୍ଲକ୍‌ ଅାମ୍ବଗିଡ଼ଅା ପଞ୍ଚାୟତ ୧୨ ନମ୍ବର ୱାର୍ଭସଭ୍ୟ ଏବଂ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ ତାଳପଦା ପଞ୍ଚାୟତ ସମିତିସଭ୍ୟ ଓ ଶ୍ରୀଜଙ୍ଗ ପଞ୍ଚାୟତ ୭ ନମ୍ବର ୱାର୍ଡସଭ୍ୟ ତଥା ଖଇରା ବ୍ଲକ୍‌ ସୁଣ୍ଢିରା ଗଣ୍ତିବେଡ଼ ପଞ୍ଚାୟତ ୧୫ ନମ୍ବର ୱାର୍ଡସଭ୍ୟ ପଦ ପାଇଁ ମତଦାନ ସଂପନ୍ନ ହୋଇଛି। ଛୋଟମୋଟ ଗଣ୍ତଗୋଳକୁ ଛାଡ଼ିଦେଲେ ସବୁ ସ୍ଥାନରେ ଭୋଟର ଅଧିକ ସଂଖ୍ୟାରେ ଶାନ୍ତିଶୃ˚ଖଳାର ସହ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ଶୁକ୍ରବାର ଏସବୁ ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଥିବାରୁ ସମସ୍ତେ ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବିଶେଷ କରି ବିଜାତଳା ଜିଲ୍ଲା ପରିଷଦ ଉପନିର୍ବାଚନକୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜରେ ସେମିଫାଇନାଲ ବୋଲି କୁହାଯାଉଥିବାରୁ ଏହି ଆସନର ଫଳାଫଳ ଉପରେ ସମସ୍ତଙ୍କ ନଜର କେନ୍ଦ୍ରୀଭୂତ ହୋଇଛି।
ଉପନିର୍ବାଚନକୁ ନେଇ ବେଶ୍ କିଛିଦିନ ହେଲା ଲାଗି ରହିଥିବା ସରଗରମ ରାଜନୀତିର ପାରଦ ଖସିଛି। ବିଜେଡି, ବିଜେପି, କ˚ଗ୍ରେସ, ଜେଏମ୍‌ଏମ୍‌ ପରି ପ୍ରମୁଖ ଦଳ ଏହି ନିର୍ବାଚନ ଜିତିବା ପାଇଁ ସବୁ ପ୍ରକାର ଦମ୍‌ ଲଗାଇ
ଦେଇଥିଲେ। ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ୍‌ ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ପାଇଁ ନିର୍ବାଚନ ସରିଛି। ତାରକା ପ୍ରଚାରକମାନେ ସେମାନଙ୍କ କାମ ସାରିଥିବା ବେଳେ ଏବେ ଫଳାଫଳ କଣ ହେବ, ସେନେଇ ଚର୍ଚା ଜୋର ଧରିଛି। ଏହି ଜୋନ୍‌ ଅନ୍ତର୍ଗତ ୫ଟି ପଞ୍ଚାୟତର ମୋଟ ୨୩,୧୧୯ ଜଣ ଭୋଟରଙ୍କ ମଧୢରୁ ୧୭,୭୭୯ ଜଣ ୮୨ଟି ବୁଥ୍‌ରେ ଭୋଟ ଦେଇଥିବା ବେଳେ ଏଠାରେ ହାରାହାରି ୭୬.୯୦ ପ୍ରତିଶତ ମତଦାନ ହୋଇଛି। ପ୍ରତ୍ୟେକ ବୁଥ୍‌ରେ ବିଜେପି, ବିଜେଡି ଓ ଜେଏମ୍‌ଏମ୍‌ ମଧୢରେ କଡ଼ା ଟକ୍କର ହେଉଛି। କ˚ଗ୍ରେସ ମଧୢ ଭଲ ଫଳାଫଳ କରିବା ନେଇ ଆଶାବାଦୀ ରହିଛି। ସେହିପରି କପ୍ତିପଦା ବ୍ଲକ୍‌ର ମଝିଗିଡ଼ଆ ପଞ୍ଚାୟତ ସରପଞ୍ଚ ପଦ ପାଇଁ ମତଦାନ ହୋଇଛି। ଏଠାରେ ୧୧ଟି ୱାର୍ଡର ୩୮୨୧ ଜଣ ଭୋଟରଙ୍କ ମଧୢରୁ ୨୯୪୯ ଜଣ ସେମାନଙ୍କର ମତ ସାବ୍ୟସ୍ତ କରିଛନ୍ତି। ବେତନଟୀ ବ୍ଲକ୍‌ ଅାମ୍ବଗିଡ଼ଅା ପଞ୍ଚାୟତର ୧୨ ନମ୍ବର ୱାର୍ଡ ସଭ୍ୟା ପଦ ପାଇଁ ମଧ୍ୟ ମତଦାନ ହୋଇଛି। ୱାର୍ଡର ମୋଟ ୩୫୧ ଜଣ ଭୋଟରଙ୍କ ମଧ୍ୟରୁ ୨୪୪ ଜଣ ଭୋଟ ଦେଇଛନ୍ତି।
ଅନ୍ୟପଟେ ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ୍‌ ତାଳପଦା ପଞ୍ଚାୟତ ସମିତିସଭ୍ୟ ଓ ଶ୍ରୀଜଙ୍ଗ ପଞ୍ଚାୟତ ୭ ନମ୍ବର ୱାର୍ଡସଭ୍ୟ ପଦ ପାଇଁ ନିର୍ବାଚନ ହୋଇଛି। ଏଠାରେ ବିଜେଡି, ବିଜେପି ଓ କ˚ଗ୍ରେସ ମଧୢରେ କଡ଼ା ଟକ୍କର ସମ୍ଭାବନା ରହିଛି। ଦଳୀୟ ପ୍ରାର୍ଥୀ ପାଇଁ ସା˚ସଦଙ୍କଠାରୁ ବିଧାୟକ ଯାଏ ପ୍ରଚାର କରିଥିବା ବେଳେ କିଏ ବାଜି ମାରିବ, ସେନେଇ ଆସନ୍ତାକାଲି ଭୋଟ୍‌ ଗଣତି ପରେ ଜଣାପଡ଼ିବ। ତାଳପଦାରେ ୨୭୮୪ ଭୋଟରଙ୍କ ମଧ୍ୟରୁ ୨୨୬୮ ଜଣ ଭୋଟ୍‌ ଦେଇଥିବା ବେଳେ ହାରାହାରି ମତଦାନ ହାର ରହିଛି ୮୧ ପ୍ରତିିଶତ। ସେହିପରି ଶ୍ରୀଜଙ୍ଗ ପଞ୍ଚାୟତର ୭ ନମ୍ବର ୱାର୍ଡରେ ମୋଟ ୩୧୮ ଜଣ ଭୋଟରଙ୍କ ମଧୢରୁ ୨୪୨ ଜଣ ମତଦାନ କରିଛନ୍ତି। ଖଇରା ବ୍ଲକ୍‌ ସୁଣ୍ଢିରା ଗଣ୍ତିବେଡ଼ ପଞ୍ଚାୟତ ୧୫ ନମ୍ବର ୱାର୍ଡସଭ୍ୟ ପଦ ପାଇଁ ମଧ୍ୟ ଭୋଟ୍‌ ଗ୍ରହଣ ସରିଛି। ମୋଟ ୨୮୩ ଜଣ ଭୋଟରଙ୍କ ମଧୢରୁ ୧୭୫ ଜଣ ଆଖଣ୍ତଳେଶ୍ବର ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିଥିବା ବେଳେ ହାରାହାରି ୬୨ ପ୍ରତିଶତ ମତଦାନ ହୋଇଛି।

ସମ୍ବନ୍ଧିତ ଖବର