ବୈଶିଙ୍ଗା: ଓଡ଼ିଶା ଡ୍ରାଇଭର ମହାସଂଘର ୬ଦଫା ଦାବିରେ ଚାଲିଥିବା ଧର୍ମଘଟ ତୃତୀୟ ଦିନରେ ପହଂଚିଥିବାବେଳେ ବେତନଟୀ ବ୍ଲକର ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱ ବୈଶିଙ୍ଗା ଥାନା ଅଧୀନ ବଗଲପୁର ଠାରେ ଶତାଧିକ ଡ୍ରାଇଭର ଏକତ୍ରିତ ହୋଇ ଧର୍ମଘଟରେ ବସିଛନ୍ତି l ତେବେ ଡ୍ରାଇଭର ମହାସଂଘର ଏହି ଧର୍ମଘଟ ପାଇଁ ବେତନଟୀ ଓ ବଡ଼ସାହି ଅଞ୍ଚଳରେ ଥିବା ଏକାଧିକ ତେଲଟାଙ୍କି ଗୁଡିକରେ ପେଟ୍ରୋଲ ଓ ଡିଜେଲ ସରିସରି ଟାଙ୍କି ଖାଲି ହେବାକୁ ବସିଥିବାବେଳେ ଚିନ୍ତିତ ଥିଲେ ଟାଙ୍କି ମାଲିକମାନେ l ଯୋଉଁଥିପାଇଁ ଆସୁଥିବା ତେଲ ସମସ୍ୟାକୁ ଆଖି ଆଗରେ ରଖି ଆଜି ଭୋର ସକାଳୁ ବେତନଟୀ ଅଞ୍ଚଳର ଟାଙ୍କି ମାଲିକ ସିଦ୍ଧାର୍ଥ ଅଗ୍ରୱାଲ ଓ ଟେଙ୍କର ମାଲିକ ବଂଶୀଧର ବେହେରା ବାଲେଶ୍ୱର ସୋମନାଥପୁର ସ୍ଥିତ ତେଲ ଡିପୋ ଓ ଟ୍ରାନ୍ସପୋର୍ଟ ଅଧିକାରୀଙ୍କ ସହିତ ବ୍ୟାପକ ଆଲୋଚନା କରିଥିଲେ l
/filters:format(webp)/sambad/media/media_files/2025/07/10/bcdb6ccd-5955-4f61-b9c2-8b98c183b458-2025-07-10-19-18-44.jpg)
ପରେ ପୂର୍ବାହ୍ନରେ ତାଙ୍କ ତତ୍ୱାବଧାନରେ ବୈଶିଙ୍ଗା ଓ ବେତନଟୀ ପୁଲିସ ସୁରକ୍ଷା ବଳୟ ଭିତରେ ୧୮ନଂ ଜାତୀୟ ରାଜପଥରେ ୧୩ଟି ତେଲ ଟ୍ୟାଙ୍କର ବାଲେଶ୍ୱର ସ୍ଥିତ ସୋମନାଥପୁର ଡିପୋରୁ ବାହାରି ବଡ଼ସାହି ଓ ବେତନଟୀ ଅଞ୍ଚଳର ବିଭିନ୍ନ ଟାଙ୍କିରେ ପହଂଚିବା ସହିତ ରାଇରଙ୍ଗପୁର ଓ ବାଙ୍ଗିରିପୋଷି ଅଞ୍ଚଳକୁ ମଧ୍ୟ ଯାଇଥିବାର ଦେଖିବାକୁ ମିଳିଥିଲା l
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/10/new-project-5-2025-07-10-19-11-02.jpg)