ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଅଜାଡ଼ିହ ଛକ ନିକଟରେ ଗୁରୁବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। କାରଟି ଦୁଇଜଣ ପଥଚାରୀଙ୍କ ଉପରେ ମାଡ଼ି ଯାଇଛି। ଘଟଣାସ୍ଥଳରେ ଜଣେ ଯୁବଚାଷୀଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଅଜାଡିହ ଗାଁର ସ୍ୱର୍ଗତ ଚୁରିଆ ସୋରେନଙ୍କ ୩୨ବର୍ଷୀୟ ପୁଅ ଶିବୁ ସୋରେନl
ଶିବୁ ସୋରେନ ଗ୍ରାମର ରାଇତୋ ଟୁଡୁଙ୍କ ପୁଅ ଲିଟା ଟୁଡୁଙ୍କ ସହିତ କିଛି ଦୂରରେ ଥିବା ତାଙ୍କ ଚାଷ ଜମିକୁ ଯାଉଥିଲେl ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଚାଲିଚାଲି ଯାଉଥିବା ବେଳେ ଅଜାଡ଼ିହ ଠାରେ ହଟାତ ଏକ ଦ୍ରୁତଗାମୀ କାର ଭରସାମ୍ୟ ହରାଇ ରାସ୍ତା ତଳକୁ ଓହ୍ଲାଇ ଆସି ସେମାନଙ୍କୁ ଧକ୍କା ଦେଇଥିଲାl ଟ୍ରକ ଧକ୍କାରେ ଲିଟା ଦୁରକୁ ଛିଟିକି ପଡି ଖଣ୍ଡିଆ ଖାବରା ହୋଇ ଗୁରୁତର ଆହତ ହୋଇଥିବା ବେଳେ ଶିବୁ ସୋରେନଙ୍କ ଉପରେ କିନ୍ତୁ କାର ମାଡ଼ି ଯାଇଥିଲାl
ଦୁର୍ଘଟଣା ଘଟାଇ କାରଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଆହତ ଶିବୁ ସୋରେନ ଚିତ୍କାର କରି ଗାଁ ଲୋକଙ୍କୁ ଡାକ ପକାଇବାପରେ ଗ୍ରାମବାସୀ ଏବଂ ପରିବାରବର୍ଗ ସେମାନଙ୍କୁ ଉଦ୍ଧାରକରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେl ସେଠାରେ କାର୍ଯ୍ୟରତ ଡାକ୍ତର ଶିବୁ ସୋରେନଙ୍କୁ ମୃତ ଘୋଷଣା କରିବା ସହିତ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେl ଆହତ ଲିଟାଙ୍କ ପ୍ରାଥମିକ ଚିକିତ୍ସାପରେ ଅବସ୍ଥା ଶଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲାl
ବୈଶିଙ୍ଗା ଥାନା ଏଏସଆଇ ପ୍ରଦୀପ କୁମାର ଦେ ୪୮୫/୨୫ନଂରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁକରି ମୃତଦେହ ଜବତ ପୂର୍ବକ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ପ୍ରତକ୍ଷ୍ୟଦର୍ଶୀଙ୍କ ତଥ୍ୟ ଆଧାରରେ ଦୁର୍ଘଟଣା ଘଟାଇ ଚମ୍ପଟ ମାରିଥିବା ଗେରୁଆ ରଙ୍ଗର ଓଡି୩୪ଏମ-୯୨୦୯ ନଂ ବିଶିଷ୍ଟ କାରକୁ ଧରିବାକୁ ଉଦ୍ୟମ ଜାରି ରଖିଛି l
Accident