ପିକ୍‌ଅପ୍‌ ଓ ବାଇକ୍‌ ଧକ୍କା:ଜଣେ ମୃତ, ଜଣେ ଗୁରୁତର

ବେତନଟୀ:  ବେତନଟୀ ଥାନା ଅଧୀନ ତାରାକୋଠି ନିକଟରେ ଗୋଟିଏ ପିକ୍‌ଅପ୍‌ ଓ ବାଇକ୍‌ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ଶୁଳିଅାପଦା ଥାନା ଅଧୀନ ଢେଙ୍କିନେଞ୍ଜିଅାର ଦୁଇଜଣ ଖଡିଅା ଯୁବକ ବାଇଧର ଭକ୍ତା (୨୮) ଓ ସୋନିଅା ଦେହୁରୀ (୨୬) ଓଡି-୧୧ପି-୬୫୧୭ ହୋଣ୍ଡା ହୋରନେଟ ମୋଟର ସାଇକେଲରେ ବେତନଟୀ ଥାନା ଅଧୀନ ଖଡ଼ିଶୋଳର ବନ୍ଧୁ ଘରକୁ ଅାସିଥିଲେ। ସନ୍ଧ୍ୟାରେ ଖଡ଼ିଶୋଳରୁ ଢେଙ୍କିନେଞ୍ଜିଅା ଫେରିବା ସମୟରେ ତାରାକୋଠି ନିକଟରେ ବାରିପଦା ପଟୁ ଅାସୁଥିବା ଓଡି-୦୧ବି-୮୭୫୫ ପିକ୍‌ଅପ୍‌ ଭ୍ୟାନ ତାଙ୍କୁ ଧକ୍କା ଦେଇଥିଲା। ଯୁବକ ଦ୍ୱୟ ଗାଡି ସହିତ ଛିଟିକି ପଡିଥିଲେ। ବାଇଧର ଭକ୍ତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସୋନିଅା ଦେହୁରୀଙ୍କୁ ଦମକଳ ବାହିନୀ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଦୁର୍ଘଟଣା ଘଟାଇଥିବା ପିକ୍‌ଅପଟି ଘଟଣାସ୍ଥଳରୁ ଫେରାର ହୋଇ ଯାଉଥିବାବେଳେ ବେତନଟୀ ଉପକଣ୍ଠ ତୁଳସୀଚୌରା ନିକଟରେ ଗାଡି ଛାଡି ଚମ୍ପଟ ମାରିଥିଲା। ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଅାରମ୍ଭ କରିଛି। ଦୁର୍ଘଟଣାରେ ସଂପୃକ୍ତ ମୋଟର ସାଇକେଲ ଓ ପିକ୍‌ଅପ୍‌କୁ ପୁଲିସ ଜବତ କରିଛି ା

ସମ୍ବନ୍ଧିତ ଖବର