ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଥାନାରେ ଅଟକ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା କୁଶଳଦା ଫାଣ୍ଡି ଅନ୍ତର୍ଗତ ପାଟ୍ଟଶାଣୀପୁର ଗ୍ରାମରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବାର ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ଗ୍ରାମର ମହିଳା ବାସନ୍ତୀ ମଲ୍ଲିକ ନିଜେ ଭାଗଚାଷ କରୁଥିବା ଜମିକୁ ଗତକାଲି ସକାଳୁ ବୁଲିବାକୁ ଯାଇଥଲେ। ହଠାତ୍ ଉକ୍ତ ଗ୍ରାମର ପିଲୁ ପ୍ରଧାନ ତାଙ୍କୁ ମାରପିଟ୍ କରିବା ସହିତ ବେକ ଚିପି ମରଣାନ୍ତକ ଆକ୍ରମଣ କରିଥିବାର ଶ୍ରୀମତୀ ମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି। ତେବେ ଗଣ୍ଡଗୋଳର କାରଣ ଜଣାପଡିନଥିବା ବେଳେ ଜମିରେ ଥିବା ଗଛକଟାକୁ କେନ୍ଦ୍ର କରି ବଚସା ସୃଷ୍ଟି ହୋଇଥିବାର ଶୁଣିବାକୁ ମିଳୁଛି।

ଏ ନେଇ ଉଦଳା ପୁଲିସ୍ ୩୪୦/୨୨ରେ ମାମଲା ରୁଜୁ କରି ପିଲୁ ପ୍ରଧାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅପରପକ୍ଷରେ ଶ୍ରୀ ପ୍ରଧାନଙ୍କ ପତ୍ନୀ ଏକ ପାଲଟା ଅଭିଯୋଗ ଆଣିଥିବା ବେଳେ ପୁଲିସ୍ ୩୪୧/୨୨ ରେ ଅନ୍ୟ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର