ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅନଲାଇନ ଜନସେବା କାର୍ଯ୍ୟକ୍ରମ ଶୁଭାରମ୍ଭ

ବାରିପଦା: ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଭିନ୍ନ ଯୋଜନାର ଲୋକାଭିମୂଖୀ କାର୍ଯ୍ୟକ୍ରମକୁ ଅଧିକ ଫଳପ୍ରଦ ତଥା ତ୍ୱରାନ୍ବିତ କରାଯିବା ନେଇ ଅନଲାଇନ ଜନସେବା କାର୍ଯ୍ୟକ୍ରମ ରାଜ୍ୟ ସ୍ତରରୁ ଶୁଭାରମ୍ଭ କରାଯାଇଛି । ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।

ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ୱସାନ ଭିଡିଓ କନ୍ଫରେନ୍ସିଂ ହଲରୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଅନଲାଇନ ଜନସେବା କାର୍ଯ୍ୟକ୍ରମ ମାଧ୍ୟମରେ ଏଣିକି ଧାନ ବିକ୍ରୟ ନିମନ୍ତେ ଚାଷୀ ପଞ୍ଜିକରଣ, ରାସନ କାର୍ଡ ଆବେଦନ ଓ ସଂଶୋଧନ ଆଦି ସହଜରେ ହୋଇପାରିବ। ଏହି ଯୋଜନାକୁ ଜିଲ୍ଲାରେ ସଫଳ ରୂପାୟନ ଦିଗରେ ତ୍ୱରାନ୍ବିତ କରିବାକୁ ମନ୍ତ୍ରୀ ଶ୍ରୀ ସ୍ବାଇଁ ପରାମର୍ଶ ଦେଇଥିଲେ ।

ଏହି ଅବସରରେ ଜିଲ୍ଲାପାଳ ବିନୀତ୍ ଭରଦ୍ୱାଜ୍, ବାରିପଦା ଉପଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡି, ସାଧାରଣ ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ଅତିରିକ୍ତ ସାଧାରଣ ଯୋଗାଣ ଅଧିକାରୀ ସର୍ବେଶ୍ୱର ନାୟକ, ଡିଆରସିଏସ ଦମୟନ୍ତୀ ସିଂ ପ୍ରମୁଖଙ୍କ ସମେତ କରଂଜିଆ, ରାଇରଙ୍ଗପୁର, ଉଦଳା ଉପଖଣ୍ଡର ସମସ୍ତ ସହକାରୀ ଯୋଗାଣ ଅଧିକାରୀ / ଯୋଗାଣ ନିରୀକ୍ଷକ / ଏଆର୍ସିଏସ୍ ତଥା ସଂପୃକ୍ତ ବିଭାଗ ପଦାଧିକାରୀ ଯୋଗ ଦେଇଥିଲେ ।

ସମ୍ବନ୍ଧିତ ଖବର