ବୈଶିଙ୍ଗା (ଦୀପକ କୁମାର ସିଂହ): ଜନସାଧାରଣଙ୍କ ଗମନାଗମନ ସୁବିଧା ଓ ଦୁର୍ଘଟଣା ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସଡ଼କ ନିର୍ମାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତିl ହେଲେ କେଉଁଠି ଟୋଲ୍ ପ୍ଲାଜାକୁ ନିଲାମ ସୂତ୍ରରେ ନେଇଥିବା ଠିକା ସଂସ୍ଥାର ମନମାନୀ ତ କେଉଁଠି ପରିବହନ ବିଭାଗର ଅବହେଳାରୁ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବା ଦେଖିବାକୁ ମିଳୁଛିl ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନହରପାଟଣାରୁ ମୟୂରଭଂଜ ଜିଲ୍ଲା ଝାରପୋଖରୀଆକୁ ସଂଯୋଗ କରୁଥିବା ୧୮ ନଂ ଜାତୀୟ ରାଜପଥର ପଦ୍ମନାଭପୁର ଟୋଲ ପ୍ଲାଜା ନିକଟରେl
ଢାବା ସାମ୍ନା ପାଲଟିଛି ଏକ ପ୍ରକାର ପାର୍କିଂ ଜୋନ୍
ସନ୍ଧ୍ୟା ହେଲେ ରାସ୍ତା ଅବରୋଧ ଟୋଲ୍ ଗେଟ୍ ପାଖ ଢାବା ସାମ୍ନା ଓ ପାର୍ଶ୍ୱ ପାଲଟିଛି ଏକ ପ୍ରକାର ପାର୍କିଂ ଜୋନ୍। ରାତି ତମାମ ପୁରା ଜାତୀୟ ରାଜପଥକୁ ଅବରୋଧ କରି ଛିଡ଼ା କରି ରଖୁଛନ୍ତି ମାଳମାଳ ଟ୍ରକ୍ ଟ୍ରଲରl ଜାତୀୟ ରାଜପଥରେ ମାଳମାଳ ଟ୍ରକ୍ ବେଆଇନ ପାର୍କିଂ କରିବା ସହ ପାର୍ଶ୍ୱବର୍ତ୍ତୀ ସର୍ଭିସ ରୋଡ୍କୁ ମଧ୍ୟ ସମ୍ପୂର୍ଣ୍ଣ ଜାମ କରି ରଖୁଛନ୍ତି ଟ୍ରକ୍ ଫଳରେ ଏହି ବେଆଇନ ପାର୍କିଂ କରିବା ଫଳରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l ସେହିଭଳି ଉକ୍ତ ସ୍ଥାନରେ ବେଆଇନ ପାର୍କିଂ ଯୋଗୁ ଶୀତଦିନେ ଲାଗି ରହୁଥିବା ଘନ କୁହୁଡ଼ିରେ ଛିଡ଼ା ହୋଇଥିବା ଟ୍ରକ୍ ସବୁ କାର ଚାଳକ କି ବାଇକ ଚାଳକଙ୍କୁ ଦୃଶ୍ୟମାନ ହଉନାହିଁ ଯାହାପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରାତ୍ରିକାଳୀନ ପଥଚାରୀl ବାରମ୍ବାର ଅଭିଯୋଗ ପରେ ମଧ୍ୟ ନା ଶୁଣୁଛି ପ୍ରଶାସନ ନା ଦୃଷ୍ଟି ଦେଉଛି ଜାତୀୟ ରାଜପଥ ପ୍ରାଧିକରଣl ଏମିତିକି ଟୋଲ ପ୍ଲାଜା ଲକ୍ଷାଧିକ ଟଙ୍କା କଲେକ୍ସନ କରୁଥିବାବେଳେ ବି ଏହି ବେଆଇନ ପାର୍କିଂ ପ୍ରତି ନିଘା ଦେଉନଥିବା ଅଭିଯୋଗ ହେଉଛି l ସେହିପରି ରାସ୍ତା ପାର୍ଶ୍ୱ ଢ଼ାବାରେ ଅବାଧରେ ବେଆଇନ ନିଶା କାରବାର ଚାଲୁଥିବା ଯୋଗୁଁ ଟ୍ରକ ଚାଳକ ରାସ୍ତା ଉପରେ ଟ୍ରକ ପାର୍କିଂ କରି ସେଠାରେ ଅଡ୍ଡା ଜମାଉଥିବାର ଅଭିଯୋଗ ମଧ୍ୟ ହୋଉଛି l
ଆହୁରି ପଢ଼ନ୍ତୁ: Humane Sagar NoMore: ହ୍ୟୁମାନ ସାଗରଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ବେଆଇନ୍ ପାର୍କିଂ ଯୋଗୁଁ ଦୁର୍ଘଟଣା
ଅନ୍ୟପଟେ ରାଜପଥ ଦେଇ ରାଜନେତାଠାରୁ ଆରମ୍ଭ କରି ଆରଡିସି, ଜିଲାପାଳ, ପୁଲିସ, ପରିବହନ ବିଭାଗର ଅଧିକାରୀ ଯାତାୟାତ କରୁଥିବା ବେଳେ ଏଥିପ୍ରତି କାହାର ଦୃଷ୍ଟି ନ ପଡିବା ଏକ ପ୍ରକାର ସନ୍ଦେହ ସୃଷ୍ଟି କରିଛି। ପ୍ରତିଦିନ ଶହଶହ ଭାରୀଯାନ ଯିବା ଆସିବା କରୁଥିବା ବେଳେ ବେଆଇନ ପାର୍କିଂ ଯୋଗୁ ଦୁର୍ଘଟଣା ଘଟୁଥିବା ଅଞ୍ଚଳବାସୀ କହିଛନ୍ତି l ପରିବହନ ବିଭାଗର ଅଧିକାରୀମାନେ ପ୍ରତିଦିନ ରାଜପଥ ଉପରେ ବିଭିନ୍ନ ସମ୍ବେଦନଶୀଳ ବା ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଭାରିଯାନ ଗୁଡିକୁ ରୋଡ୍ରେ ଦୀର୍ଘ ସମୟ ଧରି ବେଆଇନ ପାର୍କିଂ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ଗ୍ରହଣ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛିl ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ବେଳେ ପୁଣି ରାଜପଥରେ ବେଆଇନ ପାର୍କିଂ ଯାହାକି ପଥଚାରୀଙ୍କ ପାଇଁ ଏକ ପ୍ରକାର କାଳ ହୋଇଛି। ଏନେଇ ବେତନଟୀ ଏସ୍ଡିପିଓ ମିନତୀ ବିଶ୍ୱାଳଙ୍କୁ ପଚାରିବାରୁ ରାଜପଥ ଅବରୋଧ କରି ପାର୍କିଂ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି l ଅନ୍ୟପଟେ ଟୋଲ ଗେଟ ନିକଟରୁ ରାତିରେ ତୁରନ୍ତ ରାଜପଥରୁ ବେଆଇନ ପାର୍କିଂ ହଟେଇବାକୁ ସାଧାରଣରେ ଦାବି ହୋଇଛି l
ଆହୁରି ପଢ଼ନ୍ତୁ: Human Sagar Passes Away: ଜୀବନ ଯୁଦ୍ଧରେ ହାରିଗଲେ ହ୍ୟୁମାନ… ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା…
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/17/nh-18-2025-11-17-22-27-26.jpg)