ବୈଶିଙ୍ଗା: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନସ୍ଥ ଅଞ୍ଚଳର ଜନୈକା ଯୁବତୀକୁ କୋଭିଡ୍‌-୧୯ ସମୟରେ ବଳପୂର୍ବକ ଦୁଷ୍କର୍ମ କରିବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖୁଥିବା ତଥା ପୀଡିତା ପରିବାର ଲୋକଙ୍କୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗରେ ପୁଲିସ ଜରେ ଯୁବକଙ୍କୁ ଗିରଫ କରିଛିl ଅଭିଯୁକ୍ତ ଯୁବକ ହେଲେ ଉକ୍ତ ଥାନା ଅଧୀନ ମୁରକୁଣ୍ଡିଆ ଗ୍ରାମର ପାଲଟନ ମହାନ୍ତl 

Advertisment

ଏହି ଖବର ପଢ଼ନ୍ତୁ: ‘ସାମ୍ବାଦିକତା ମାଧ୍ୟମରେ ଓଡ଼ିଶାର ବଣମଲ୍ଲିମାନଙ୍କୁ ଆଗକୁ ଆଣୁ ଗଣମାଧ୍ୟମ’

ଅଭିଯୋଗ ଅନୁଯାୟୀ ୪ବର୍ଷ ପୂର୍ବରୁ କରୋନା ସମୟରେ ଯୁବତୀଙ୍କ ମା’ଙ୍କ ଦେହ ବାରମ୍ବାର ଖରାପ ରହୁଥିଲା। ସେଥି ପାଇଁ ତାଙ୍କର ମା’-ବାପା ଅଧିକାଂଶ ସମୟରେ ଅଜା ଘର ବେତନଟୀରେ ରହୁଥିଲେl ଉକ୍ତ ସମୟରେ ପୀଡ଼ିତା ନାବାଳିକା ଥିଲେ।ମୁରକୁଣ୍ଡିଆ ଗ୍ରାମର ପାଲଟନ ମହାନ୍ତ ୨୦୨୦ ମସିହା ଅକ୍ଟୋବର ମାସ ୨୮ ତାରିଖ ଦିନ ସନ୍ଧ୍ୟା ୭ଟା ସମୟରେ ପୀଡିତାଙ୍କ ଘରେ ପଶି ବଳପୂର୍ବକ ଦୁଷ୍କର୍ମ କରିଥିଲା ଓ ଏବାବଦରେ କାହାରି ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ତତସହିତ ଦୁଷ୍କର୍ମ ସମୟରେ ଫଟୋ ଓ ଭିଡିଓ ନିଜ ମୋବାଇଲରେ ଉତ୍ତୋଳନ କରିଥିଲାl ପରେ ଉକ୍ତ ଭିଡିଓ ଓ ଫଟୋକୁ ଭାଇରାଲ କରିବାର ଧମକ ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଆସୁ ଥିଲାl

ଗତବର୍ଷ ଅଗଷ୍ଟ ୬ତାରିଖ ପୀଡ଼ିତାକୁ ବୁଲାଇ ନେଇ ଯିବାକୁ କହି ବାହାରକୁ ନେଇଯାଇଥିଲା ଓ ୧୫ଦିନ ଧରି ବାହାରେ ଗୋଟେ ଘରେ ରଖି ବାରମ୍ବାର ଦୁଷ୍କର୍ମ କରିଥିଲା। ୧୫ଦିନ ପରେ ଆଣି ପୀଡିତାଙ୍କୁ ତାଙ୍କ ଘରେ ଛାଡ଼ି ଦେଇ ପୁଣି ଉକ୍ତ ଘଟଣା ପ୍ରଘଟ କଲେ ପୀଡ଼ିତା ସହିତ ତାର ପାଇବାରବର୍ଗଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲା ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ଭିଡିଓ ଭାଇରାଲ କରିବାର ଧମକ ମଧ୍ୟ ଦେଇଥିଲାl 

ତେବେ ଘଟଣାର ବର୍ଷେ ପରେ ଏବେ ପୁଣି ଥରେ ପାଲଟନ ଓ ତାର ସହଯୋଗୀ ହୋତାପୁର ଗ୍ରାମର ସତ୍ୟଭାମା ମାଝୀ ପୀଡିତାଙ୍କ ଘରେ  ଆସି ବିଭିନ୍ନ ପ୍ରକାର ଗାଳିଗୁଲଜ ଦେବା ସହିତ ପୀଡିତାର ବାହାଘର କରାଇ ଦେବେନାହିଁ ବୋଲି ଧମକ ଦେଇଥିଲେ, ଯାହାକୁ ନେଇ ଅନ୍ୟ ଉପାୟ ନପାଇ ପୀଡ଼ିତା ଶନିବାର ବୈଶିଙ୍ଗା ଥାନାର ଆଶ୍ରୟ ନେଇ ଏକ ଲିଖିତ ଅଭିଯୋଗ ପ୍ରଦାନ କରିଥିଲାl ତେବେ ଘଟଣାର ସମ୍ବେଦନଶୀଳତାକୁ ଅନୁଭବ କରି ଥାନା ଅଧିକାରୀ ତପନ କୁମାର ପ୍ରଧାନଙ୍କ ନିର୍ଦେଶକ୍ରମେ ଏସଆଇ ଦେବାଶିଷ ମଣ୍ଡଳ ୪୮୦/୨୪ ରେ ଏକ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ପାଲଟନକୁ ରବିବାର ଗିରଫ କରିଥିଲେl ତେବେ ଉଭୟଙ୍କ ଡାକ୍ତରୀ ମାଇନା ପରେ ବିଭିନ୍ନ ଦଫା ସହିତ ପୋକ୍ସ ଆକ୍ଟରେ ଅଭିଯୁକ୍ତ ପାଲଟନକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବାନେଇ ଥାନା ଅଧିକାରୀ ଶ୍ରୀପ୍ରଧାନ ସୂଚନା ଦେଇଛନ୍ତିl

ଏହି ଖବର ପଢ଼ନ୍ତୁ: ପୁଣି ହୋଇପାରେ ବର୍ଷା: ବଢ଼ିଲା ଚାଷୀଙ୍କ ଚିନ୍ତା