ବାମନଘାଟିରେ ଭଞ୍ଜସେନାର ମିଶ୍ରଣ ପର୍ବ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡରେ ଭଞ୍ଜସେନାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ମିଶ୍ରଣ ପର୍ବରେ ଜିଲ୍ଲା ଆଦିବାସୀ ସଭାପତି ବାଜୁଁନ ହାଁସଦାଙ୍କ ଉପସ୍ଥିତିରେ ବହଳଦା ବ୍ଲକ କାଙ୍କି ପଞ୍ଚାୟତର ପୂର୍ବତନ ସରପଞ୍ଚ ଭାଗମାତ ସୋରେନଙ୍କ ନେତୃତ୍ୱରେ ତୀରିଂ ବ୍ଲକର ଅକ୍ଷୟ କୁମ୍ଭକାର,ସୁନିଲ କୁମାର ପାତ୍ର,ଠାକୁର ଦାସ ମାରାଣ୍ଡି,ରାଇରଙ୍ଗପୁର ବ୍ଲକର ସନାତନ ମୁର୍ମୁ, ଜାମଦା ବ୍ଲକର ମୁଚିରାମ ମାରାଣ୍ଡିଙ୍କ ସମେତ ବହୁ ଯୁବକ ବିଧିବଦ୍ଧ ଭାବେ ଭଞ୍ଜସେନାରେ ଯୋଗଦାନ ଦେଇଛନ୍ତି। ଉକ୍ତ କାର୍ଯକ୍ରମଙ୍କୁ ଭଞ୍ଜସେନାର ବାମନଘାଟି ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁ, ଜିଲ୍ଲା ଆଦିବାସୀ ଶାଖା କାର୍ଯକାରୀ ସଭାପତି ଗୋବିନ୍ଦ ସୋରେନ୍, ବାମନଘାଟି ଉପସଭାପତି ଚନ୍ଦନ ବାସ୍କେ, ସାଧାରଣ ସମ୍ପାଦକ ବିଘ୍ନେଶ୍ୱର ବାସ୍କେ, ଜାମଦା ବ୍ଲକ ସମ୍ପାଦକ ଭାଗବତ ହେମ୍ବ୍ରମ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ।
ସମ୍ବନ୍ଧିତ ଖବର