ବାରିପଦା: ମୟୂରଭଞ୍ଜ ଜିଲ୍ଲାର ସଦର ଥାନା ଅଧୀନସ୍ଥ ଶାଗୁଣାବସା ଅଞ୍ଚଳର ମଇଳା ଖାଦାନ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାରିପଦା ତହସିଲଦାରଙ୍କ ଗାଡ଼ି ଧକ୍କାରେ ଜଣେ ଫାର୍ମାସିଷ୍ଟ ଛାତ୍ର ଗୁରୁତର ଭାବେ ଆହତ ହୋଇ ବାରିପଦା ପିଆରଏମ୍ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି। ଗୁରୁତର ଛାତ୍ର ଜଣଙ୍କ ବାରିପଦା ଶ୍ରହରର ବଡ଼ବଜାର ଅଞ୍ଚଳର ଉତ୍ତମ ନାୟକ ବୋଲି ଜଣାଯାଇଛି। ଘଟଣାସ୍ଥଳରେ ସଦର ପୁଲିସ୍ ପହଞ୍ଚି ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଗାଡ଼ିକୁ ଜବତ କରି ତଦନ୍ତ ଜାରିରଖିଛି।
ବାରିପଦା: ତହସିଲଦାରଙ୍କ ଗାଡ଼ି ଧକ୍କାରେ ଫାର୍ମାସିଷ୍ଟ ଛାତ୍ର ଗୁରୁତର
/sambad/media/post_attachments/wp-content/uploads/2021/02/baripada-accident.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)